ନବୀନଙ୍କ ରହସ୍ୟମୟ ବ୍ୟକ୍ତିତ୍ୱର ପୃଷ୍ଠା ଖୋଲିଲା ଜୀବନୀ ପୁସ୍ତକ ‘ନବୀନ ପଟ୍ଟନାୟକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ନବୀନଙ୍କ ରହସ୍ୟମୟ ବ୍ୟକ୍ତିତ୍ୱର ପୃଷ୍ଠା ଖୋଲିଲା ଜୀବନୀ ପୁସ୍ତକ ‘ନବୀନ ପଟ୍ଟନାୟକ’

naveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକ। ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଛବିକୁ ଆୟୁଧ କରି ଓଡ଼ିଶାରେ ସର୍ବାଧିକ ସମୟ କ୍ଷମତା ଡୋରି ଧରିଆସିଥିବା ମୁଖ୍ୟମନ୍ତ୍ରୀ। ହେଲେ ୟା ପଛର ରହସ୍ୟ କ’ଣ? କେମିତି ରାଜ୍ୟ ରାଜନୀତିରେ ହେଲା ନବୀନଙ୍କ ଏଣ୍ଟ୍ରି ? କାହିଁକି ତାଙ୍କ ଅପ୍ରତିଦ୍ୱନ୍ଦ୍ୱୀ ଦବ୍‌ଦବା ? ଏ ସବୁ ଉପରେ ଆଲୋକପାତ କରିଛି ମୁଖ୍ୟମନ୍ତ୍ରୀଙ୍କ ଉପରେ ଲିଖିତ ଜୀବନୀ ପୁସ୍ତକ ‘ନବୀନ ପଟ୍ଟନାୟକ’।

ଆଉଟ୍‌ଲୁକ୍‌ର ସମ୍ପାଦକ ରୁବେନ୍ ବାନାର୍ଜୀ ଏହାକୁ ଲେଖିଛନ୍ତି। ଏଇ ପୁସ୍ତକ ସଂପର୍କରେ ସେ ଆଜି ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଦୀର୍ଘକାଳ କ୍ଷମତାରେ ରହିବା ସତ୍ତ୍ୱେ ଓଡ଼ିଆ କହି ନପାରିବା, ଅମଲାଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା, ପାଣ୍ଡିଆନ୍‌ଙ୍କ ଭୂମିକାଠୁ ନେଇ ନବୀନଙ୍କ ରହସ୍ୟମୟ ବ୍ୟକ୍ତିତ୍ୱର ପ୍ରତିଟି ଅନାଲୋଚିତ ଦିଗକୁ ସାମ୍ନାକୁ ଆଣିଛି ଏଇ ପୁସ୍ତକ।

ଖାଲି ସେତିକି ନୁହେଁ, ନବୀନଙ୍କ ସଉକ୍, ବିଳାସବ୍ୟସନ, ପ୍ରିୟ ହ୍ୱିସ୍କି ଓ ସିଗାରେଟ୍‌କୁ ନେଇ ବି ପୁସ୍ତକରେ ରହିଛି ରୋଚକ ତଥ୍ୟ।

ରାଜ୍ୟ ରାଜନୀତିରେ ନବୀନଙ୍କ ଏଣ୍ଟ୍ରି

ଅପାରଗ ଓ କୁଶାସନକୁ ନେଇ ଯେତେବେଳେ ଓଡ଼ିଶାବାସୀ ଅତିଷ୍ଠ, ସେତିକି ବେଳେ ଦଲକାଏ ସ୍ୱଚ୍ଛ ପବନ ଭଳି ଓଡ଼ିଶା ରାଜନୀତିରେ ହୋଇଥିଲା ନବୀନଙ୍କ ଏଣ୍ଟ୍ରି। ରାଜ୍ୟବାସୀ ବି ଶୀଘ୍ର ଆଦରି ନେଇଥିଲେ ତାଙ୍କୁ। ରାଜ୍ୟ ରାଜନୀତିରେ ନବୀନଙ୍କ ପ୍ରବେଶକୁ ନିଜ ପୁସ୍ତକ ‘ନବୀନ ପଟ୍ଟନାୟକ’ରେ ଏମିତି ବର୍ଣ୍ଣନା କରିଛନ୍ତି ଲେଖକ ରୁବେନ୍ ବାନାର୍ଜୀ। ନବୀନଙ୍କୁ ଓଡ଼ିଶାବାସୀଙ୍କ ‘ତ୍ରାଣକର୍ତ୍ତା’ ଭାବେ ଚିତ୍ରିତ କରିଛନ୍ତି ରୁବେନ୍।

କିଛି ନ ଜାଣି ବି ଚତୁର ରାଜନେତା

ଓଡ଼ିଶା ରାଜନୀତି ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ ମଧ୍ୟ ନବୀନଙ୍କୁ ଜଣେ ଚତୁର ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ରୁବେନ୍। ତାଙ୍କ ନିକଟରେ ଏକ ‘ରୁଥଲେସ କିଲର ଇନଷ୍ଟିଙ୍କ୍‌ଟ୍‌’ (ନିର୍ଦ୍ଦୟ ହୃଦୟ)  ଥିବା ସେ ଲେଖିଛନ୍ତି।  ବିଜୟ ମହାପାତ୍ର ହୁଅନ୍ତୁ କି ପ୍ୟାରୀ, ବିଚକ୍ଷଣ ଗୋଟି ଚାଳନା ବଳରେ ନବୀନ ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ କିଭଳି ଧରାଶାୟୀ କରିବା ସହ ବିଜେଡି ଉପରେ ନିଜ ଲଗାମକୁ ଟାଣ କରିଛନ୍ତି ତାହା ବି ଲେଖିଛନ୍ତି ରୁବେନ୍।

ଓଡ଼ିଆ ଜାଣନ୍ତି, ହେଲେ କୁହନ୍ତି ନାହିଁ

ନବୀନଙ୍କ ଓଡ଼ିଆ ଜ୍ଞାନ ସଂପର୍କରେ ରୋଚକ ତଥ୍ୟ ଦେଇଛନ୍ତି ରୁବେନ। ତାଙ୍କ ଅନୁସାରେ, ନବୀନ ଓଡ଼ିଆ ଜାଣନ୍ତି, ହେଲେ କୁହନ୍ତି ନାହିଁ। ତେବେ ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଥିବା ସେ କହିଛନ୍ତି।

ପାଣ୍ଡିଆନଙ୍କ ଅଖଣ୍ଡ ପ୍ରଭାବ!

ଓଡ଼ିଶା ରାଜନୀତିରେ ଅମଲାଙ୍କ ଦବ୍‌ଦବା ଓ ସେମାନଙ୍କ ଉପରେ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା ପ୍ରସଙ୍ଗକୁ ରୁବେନ ନିଜ ବହିରେ ସ୍ଥାନ ଦେଇଛନ୍ତି। ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ନାଁ ନେଇ ନଥିଲେ ମଧ୍ୟ ଓଡ଼ିଶା ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ଥିବା କହିଛନ୍ତି। ଏଥିସହ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ କିଭଳି ପାଣ୍ଡିଆନଙ୍କ ଅଫିସ୍ ଆଗରେ ଧାଡ଼ି ଲଗାନ୍ତି, ତାହା ସେ ନିଜ ଆଖିରେ ଦେଖିଥିବା କହିଛନ୍ତି। ତେବେ ପାଣ୍ଡିଆନ ହିଁ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି ଓ ନବୀନ ସେସବୁ ଜାଣିବାକୁ ଆଗ୍ରହ ବି ଦେଖାନ୍ତି ନାହିଁ ବୋଲି ରୁବେନ୍ କହିଛନ୍ତି।

ବହିରେ ଅଛି ବୈଜୟନ୍ତଙ୍କ କଥା

ସାଂସଦ ବୈଜୟନ୍ତ ପଣ୍ଡା ଓ ନବୀନଙ୍କ ମଧ୍ୟରେ ମନୋମାଳିନ୍ୟ ବିଷୟରେ ବି ନିଜ ବହିରେ ଉଲ୍ଲେଖ କରିଛନ୍ତି ରୁବେନ୍। ବୈଜୟନ୍ତ ନବୀନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ‘ଭ୍ରମାତ୍ମକ ତଥ୍ୟ’ ଦେଇଥିବାରୁ ନବୀନ ଅସନ୍ତୁଷ୍ଟ ହୋଇଥିବା ନେଇ ବିଜେଡି ତରଫରୁ ଯାହା କୁହାଯାଉଛି ରୁବେନ୍ ତ”ର ଗୁମର ବି ଖୋଲିଛନ୍ତି। ବାସ୍ତବରେ ନବୀନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିଛି, ହେଲେ ବିଜେଡି ନେତା ଏହାକୁ ସ୍ୱୀକାର କରୁ ନଥିବା ସେ ମତ ଦେଇଛନ୍ତି।

ଡନହିଲ୍‌ ସିଗାରେଟ୍ ଏବଂ ବ୍ଲାକ୍‌ ଗ୍ରାଉସ୍‌ ହ୍ୱିସ୍କି ଅଭ୍ୟାସ

ରାଜନୀତିକୁ ଆସିବା ପୂର୍ବରୁ ଯୁବାବସ୍ଥାରେ ନବୀନଙ୍କ ଶିକ୍ଷା, ଦିଲ୍ଲୀରେ ସମ୍ପ୍ରାନ୍ତଙ୍କ ସହ ମିଳାମିଶା, ଦୈନିକ ବଡବଡ଼ ପାର୍ଟିରେ ଯୋଗଦେବା ଓ ନିଜେ ପାର୍ଟି ଆୟୋଜନ କରିବା ଭଳି ନବୀନଙ୍କ ବିଳାସମୟ ଜୀବନ ଚର୍ଯ୍ୟାକୁ ପୁସ୍ତକରେ ସ୍ଥାନ ଦେଇଛନ୍ତି ରୁବେନ୍। ହଲିଉଡ୍ ଅଭିନେତା ରର୍ବଟ ଡି ନେରୋଙ୍କଠାରୁ ଆରମ୍ଭ କରି ରକ୍ଷ୍ଟାର ମାଇକ୍ ଜ୍ୟାଗର୍‌, ଅଭିନେତ୍ରୀ କୁ ଷ୍ଟାର୍କ, ଲେଖକ ବ୍ରୁସ୍ ଚାଟ୍ଓ୍ୱିନ୍‌ଙ୍କ ଭଳି ଦେଶ ବିଦେଶର ସେଲେବ୍ରିଟିଙ୍କ ସହ ନବୀନଙ୍କ ବସାଉଠା ବିଷୟକୁ ବି ସାମ୍ନାକୁ ଆଣିଛନ୍ତି। ଅନ୍ୟପକ୍ଷରେ ଅତି ଦାମିକା ଡନହିଲ୍‌ ସିଗାରେଟ୍ ଏବଂ ବ୍ଲାକ୍‌ ଗ୍ରାଉସ୍‌ ହ୍ୱିସ୍କି ନବୀନଙ୍କ ଅତି ପ୍ରିୟ। ନବୀନ ସେଇ ଅଭ୍ୟାସକୁ ଏବେବି ଛାଡ଼ିପାରି ନଥିବା ଲେଖିଛନ୍ତି ରୁବେନ୍।



from OdishaReporter https://ift.tt/2M5eE96

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages