
ଆବଶ୍ୟକ ସାମଗ୍ରୀ: ଚିକେନ୍, ଲୁଣ, ହଳଦୀ ଗୁଣ୍ଡ, ତେଲ, ପିଆଜ କଟା, ପିଆଜ-ଅଦା-ରସୁଣ ବଟା, କାଜୁ ବଟା, ଧଳା ସୋରିଷ ବଟା, ଭୃସଙ୍ଗ ପତ୍ର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସେଥିରେ ଲୁଣ, ହଳଦୀ ଗୋଳାଇ କିଛି ସମୟ ରଖନ୍ତୁ। ତା’ପରେ ଚୁଲିରେ ଏକ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ପିଆଜ-ଅଦା-ରସୁଣ ବଟା ଓ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ କଷନ୍ତୁ।
ମସଲା କଷି ହୋଇଯିବା ପରେ ଲୁଣ ହଳଦୀ ଗୋଳା ଚିକେନ୍ ଓ ଲଙ୍କା ଗୁଣ୍ଡ ପକାଇ ଗୋଲାଇ ଦେଇ ସେଥିରେ ଢାଙ୍କୁଣୀ ଘୋଡ଼େଇ ଦିଅନ୍ତୁ। ଚିକେନ୍ ଅଳ୍ପ କଷି ହୋଇଗଲେ ଅଳ୍ପ ପାଣି ଦେଇ ପୁଣିଥରେ ଢାଙ୍କୁଣୀ ଘୋଡ଼େଇ ଦିଅନ୍ତୁ। ଚିକେନ୍ ସିଝିଯିବା ପରେ ସେଥିରେ ଭୃସଙ୍ଗ ପତ୍ର ଓ ଧଳା ସୋରିଷ ବଟା ପକାନ୍ତୁ।
ଶେଷରେ କାଜୁବଟା ପକେଇ ୩ରୁ ୪ମିନିଟ୍ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୋରିଷ ବଟା ଚିକେନ୍।
from Odisha Reporter https://ift.tt/2L6Wz61
No comments:
Post a Comment