୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ, ସୂଚନା ଦେଲେ ପ୍ରଭାରୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

୧୫ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ, ସୂଚନା ଦେଲେ ପ୍ରଭାରୀ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ।  ଓଡ଼ିଶାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି।  ଏନେଇ ଆସନ୍ତାକାଲି ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଏହି ବୈଠକ ପରେ ଆସନ୍ତା ୧୫ ଦିନ ମଧ୍ୟରେ ଅନ୍ତତଃ ପକ୍ଷେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଜିତେନ୍ଦ୍ର ସିଂହଙ୍କ ସୂଚନା ଦେଇଛନ୍ତି। ତେବେ ତା’ ପୂର୍ବରୁ  ଭୁବନେଶ୍ୱରରେ ନବ ଗଠିତ ପିସିସିରର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ବୈଠକର ଆଜି ଥିଲା ପ୍ରଥମ ଦିନ।

ଏହି ବୈଠକରେ ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଉପସଭାପତି, ସାଧାରଣ ସଂପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ, ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଅନ୍ୟ କେନ୍ଦ୍ରୀୟ ପ୍ରତିନିଧି ଉପସ୍ଥିତ ଥିଲେ। ଦୁଇ ଦିନିଆ ବୈଠକରେ ୨୦୧୯ର ପ୍ରସ୍ତୁତି ହେବ ବୋଲି ଜଣାପଡ଼ିଛି।

ବୁଥ୍‌ସ୍ତରରେ ଦଳକୁ ମଜଭୁତ କରିବାକୁ ରାହୁଲ ଗାନ୍ଧି ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାକୁ କେମିତି କାର୍ଯ୍ୟକାରୀ କରାଯିବ, ତା’ର ରଣନୀତି ପ୍ରସ୍ତୁତ କରାଯିବ। ଏହି ଅବସରରେ ମୋ ବୁଥ୍, ମୋ ଗୌରବର ଶୁଭାରମ୍ଭ ହେବାର ସମ୍ଭାବନା ରହିଛି।



from Odisha Reporter https://ift.tt/2vVM3tF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages