ଇସ୍ତଫା ଦେଲେ ବିହାରର ସାମାଜିକ କଲ୍ୟାଣ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଇସ୍ତଫା ଦେଲେ ବିହାରର ସାମାଜିକ କଲ୍ୟାଣ ମନ୍ତ୍ରୀ

ପାଟନା: ସ୍ୱାମୀଙ୍କ ପାଇଁ ଶେଷରେ ବିହାର ସାମାଜିକ କଲ୍ୟାଣ ମନ୍ତ୍ରୀ କୁମାରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ବିହାର ଶେଲଟର୍‌ ହୋମ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ସହ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜନୀତିକ ବାଦ ବିବାଦ ସୃଷ୍ଟି ହେବାରୁ କୁମାରୀ ମଞ୍ଜୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ନୀତୀଶ କୁମାର ମୁଜାଫରପୁର ଶେଲଟର୍‌ ହୋମ୍‌ ଦୁଷ୍କର୍ମ ମାମଲାରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି କହିବାର ଗୋଟିଏ ଦିନ ପରେ କୁମାରୀ ମଞ୍ଜୁ ଇସ୍ତଫା ଦେଇଛନ୍ତି।

ଗତକାଲି ନୀତୀଶ କୁମାର କହିଥିଲେ “ ଶେଲଟର୍‌ ହୋମ ଘଟଣାରେ କୁମାରୀ ମଞ୍ଜୁ ବର୍ମାଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ସେ ବାରମ୍ବାର କହୁଛନ୍ତି। ଏବେ ସିବିଆଇ ତଦନ୍ତ ଚାଲିଛି। ଯେଉଁମାନେ ଦୋଷୀ ସେମାନଙ୍କୁ ନିଶ୍ଚିତ ଜେଲକୁ ପଠାଯିବ। ସେ ମନ୍ତ୍ରୀ ହୁଅନ୍ତୁ କି ଅଧିକାରୀ, କାହାକୁ ଛଡ଼ାଯିବ ନାହିଁ।”

ଏହି ଘଟଣାରେ ଜେଲ୍‌ ଯାଇଥିବା ଶିଶୁ ସୁରକ୍ଷା ଅଧିକାରୀଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ କୁମାରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମା ବାରମ୍ବାର ଶେଲଟର୍‌ ହୋମକୁ ଆସୁଥିଲେ। ଶେଲଟର୍‌ ହୋମର ଯେଉଁ ଫ୍ଲୋରରେ ଝିଅମାନେ ରହୁଥିଲେ, ସେ ଏକାକୀ ସେଠାରେ ଦୀର୍ଘ ସମୟ ଅତିବାହିତ କରୁଥିଲେ।

ଏହି ଅଭିଯୋଗ ପରେ ଶେଲଟର୍‌ ହୋମ ଦୁଷ୍କର୍ମ ମାମଲାରେ ମଞ୍ଜୁ ବର୍ମା ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ମଞ୍ଜୁ ବର୍ମା ସବୁ ଜାଣି ଚୁପ୍‌ ରହିଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ବିରୋଧୀ ଦଳ ଏବଂ ସରକାରରେ ଅଂଶୀଦାର ଥିବା ବିଜେପିର କିଛି ନେତା ମଞ୍ଜୁ ବର୍ମାଙ୍କ ଇସ୍ତଫା ଦାବି କରିଥିଲେ।

ଏହି ଶେଲଟର୍‌ ହୋମ୍‌ରେ ୩୪ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।



from OdishaReporter https://ift.tt/2Mw4b3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages