କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ଅଭିଯୋଗ

congaru-court

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ତାଳଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ ନେଇ କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ରଙ୍ଗଣି ପଞ୍ଚାୟତ ଭେକ୍ଟା ଗାଁର ଜଣେ ଯୁବକ ଶିକାରୀ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏହାକୁ ଝିଅ ଘର ଲୋକେ ବିରୋଧ କରିଥିଲେ।

ଝିଅ ଘର ପକ୍ଷରୁ କୁହାଯିବା ପରେ ସମସ୍ୟାର ସମାଧାନ ପାଇଁ ଗତକାଲି ତାଳଚୁଆଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସଭା ଡକା ଯାଇଥିଲା।

ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ଉପସ୍ଥିତିରେ ତିନିଜଣ ଯୁବକ ପୀଡ଼ିତଙ୍କୁ ମାଡ଼ ମାରିଥିବା ନେଇ ତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ ପୁଲିସ୍‌ ହିମାଂଶୁ ମଣ୍ଡଳ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

 



from Odisha Reporter https://ift.tt/2BUHANs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages