
ଶ୍ରୀନଗର: ଜମ୍ମୁ କଶ୍ମୀରେ ଆଜି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଏକମାତ୍ର ଜଣେ ୫ ବର୍ଷର ଶିଶୁ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି। ଆହତ ଶିଶୁଟିକୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଜମ୍ମୁ-କଶ୍ମୀରର କିଷ୍ଟ୍ୱାର୍ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ମନ୍ଦିରରୁ ଫେରୁଥିବାବେଳେ ଏହି ଗାଡ଼ିଟି ଚେନାବ୍ ନଦୀରେ ଖସିପଡ଼ିଥିଲା। ଖବରପାଇ ଉଦ୍ଧାକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ନଦୀରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ଏହି ଗାଡ଼ିରେ ଥିବା ଅନ୍ୟସମସ୍ତେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ହେଁ କେବଳ ଜଣେମାତ୍ର ଶିଶୁକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜମ୍ମୁ କଶ୍ମୀର ପୁଲିସ୍ ଡିଜି ସୂଚନା ଦେଇଛନ୍ତି।
ଏହି ତୀର୍ଥଯାତ୍ରୀ ଗାଡ଼ିଟି ମଚାଇଲ୍ ମାତା ମନ୍ଦିରରୁ ଫେରୁଥିବାବେଳେ କିଷ୍ଟ୍ୱାର୍ ସହରରୁ ୨୮ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚେନାବ୍ ନଦୀକୁ ଖସି ପଡ଼ିଥିଲା।
୨୪ ଘଣ୍ଟା ଭିତରେ ଜାମ୍ମୁକଶ୍ମୀରେ ଏହା ଦ୍ୱିତୀୟ ଦୁର୍ଘଟଣା। ସୋମବାର ଅନ୍ୟ ଏକ ଦୁର୍ଘଟଣାରେ ଜଣେ ପୁଲିସ୍ କର୍ମଚାରୀଙ୍କ ସହ ଅନ୍ୟ ସାତଜଣଙ୍କର ମୃତ୍ୟୁ ହୋଇଛି।
from Odisha Reporter https://ift.tt/2w06tSf
No comments:
Post a Comment