ଡରାଉଛି ‘ସୁନ୍ଦରୀ’, ଭୟରେ ଜୀବନ ବିତାଉଛନ୍ତି କଟରଙ୍ଗବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଡରାଉଛି ‘ସୁନ୍ଦରୀ’, ଭୟରେ ଜୀବନ ବିତାଉଛନ୍ତି କଟରଙ୍ଗବାସୀ

sundari

ଅନୁଗୋଳ (ବିରଜା ଦାଶ): ଡରାଉଛି ‘ସୁନ୍ଦରୀ’। ଆମେ କହୁଛୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ନ୍ୟାଶନାଲ ପାର୍କରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ କଥା। ଯାହାକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଛି। ‘ସୁନ୍ଦରୀ’ ସାତକୋଶିଆରେ ପାଦ ଥାପିବା ପରେ ସ୍ଥାନୀୟ ଲୋକଙ୍କ ନିଦ ହଜି  ଯାଇଛି।

ଗାଁ ମୁଣ୍ଡରେ ବାଘପଞ୍ଝାର ଚିହ୍ନ ଦେଖିବା ପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜୀବନ ବଞ୍ଚାଇ ଘରେ ରହିବେ ନା ସେମାନଙ୍କ ପେଟ ପୋଷିବାର ମାଧ୍ୟମ ଛେଳି-ଗୋରୁଙ୍କୁ ଚରେଇବାକୁ ନେବେ, ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ‘କଟରଙ୍ଗ’ ବାସିନ୍ଦା।

tiger-foot-markବାଘଠାରୁ ରକ୍ଷା ପାଇବାକୁ ଲୋକେ ଠେଙ୍ଗାବାଡ଼ି ଧରି ଦଳବଳ ହୋଇ ପହରା ଦେଉଛନ୍ତି। ଏଣେ କାମଧନ୍ଦା ପାଇଁ ଯାଇପାରୁ ନ ଥିବାରୁ ଅନେକଙ୍କ ଘରେ ରୋଷେଇ ବନ୍ଦ ହୋଇଗଲାଣି। ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।

ପିଲାମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି। କାଳେ ବାଟରେ ବାଘ ହାବୁଡ଼ି ଯିବ କି? ସେହି ଭୟରେ ଗାଁ ଲୋକେ ନିଜ ପିଲାଙ୍କୁ ସ୍କୁଲ ଛାଡ଼ୁ ନାହାନ୍ତି। ଏମିତିକି କିଛି ଲୋକ ଘରେ ତାଲା ପକାଇ ଅନ୍ୟତ୍ର ଚାଲି ଯାଉଛନ୍ତି।

ଏମିତି ସ୍ଥିତି କେବଳ ଅନୁଗୋଳ ଜିଲ୍ଲା ‘କଟରଙ୍ଗ’ ଗାଁରେ ନୁହେଁ। ସାତକୋଶିଆ ଅଭୟାରଣ୍ୟକୁ ଲାଗିଥିବା କଟକ ଜିଲ୍ଲା ଜିଲିଣ୍ଡା ରେଞ୍ଜ୍ ଅନ୍ତର୍ଗତ କୁଶଖଳି ଓ ସତ୍ୟଜୟପୁର ଗାଁରେ ମଧ୍ୟ ସମାନ ସ୍ଥିତି। କିଛି ଲୋକ ବାଘ ଦେଖିଥିବା କହୁଛନ୍ତି। ତେବେ ବାଘ ଘଉଡ଼ାଇବାକୁ ଯାଇ ଜଣେ ଆହତ ହୋଇଥିବା ଜଣାପଡିଛି।

ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଅଧୀନରେ ‘କାହ୍ନା’ରୁ ଗୋଟିଏ ମହାବଳ ଓ ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’ ଅଣାଯାଇଥିଲା। ଏମାନଙ୍କୁ ସାତକୋଶିଆରେ ଛଡ଼ାଯିବା ପରେ ଅଭୟାରଣ୍ୟ ଅଞ୍ଚଳରେ ବସବାସ କରୁଥିବା ଲୋକେ ଭୟରେ ଜୀବନ ବିତାଉଛନ୍ତି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି।

ପୂର୍ବରୁ ସ୍ଥାନୀୟ ଲୋକେ ଏହି ପ୍ରସଙ୍ଗରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ କିଛି ପଦକ୍ଷେପ ନିଆଯାଉନଥିବାରୁ ସେମାନେ ମାନବାଧିକାର କମିଶନ, ସୁପ୍ରିମକୋର୍ଟ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବାକୁ ସଜବାଜ ହେଉଛନ୍ତି।

ଅନ୍ୟପକ୍ଷେ, ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ୧୮ ଜଣିଆ ଟିମ୍‌ ୨୪ ଘଣ୍ଟା ନଜର ରଖିଥିବା ବନ ବିଭାଗ କହିଛି।



from Odisha Reporter https://ift.tt/2obCGSp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages