
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଭକ୍ତିମୟ ତଥା ଶାନ୍ତିପୂର୍ଣ୍ଣ ପରିବେଶ ଓ ଲକ୍ଷ ଲକ୍ଷ ଭକ୍ତଙ୍କ ଶ୍ରଦ୍ଧା ଭାବନା ସହ ଚଳିତ ବର୍ଷର ପବିତ୍ର ଅମରନାଥ ଯାତ୍ରା ଶେଷ ହୋଇଛି ।
ପ୍ରତିକୂଳ ପରିସ୍ଥିତି ଓ ପାଣିପାଗ ସତ୍ତ୍ୱେ ହିମାଳୟ ପର୍ବତମାଳା ଅନ୍ତର୍ଗତ ଅନନ୍ତନାଗ ଜିଲ୍ଲାର ୧୪ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ପବିତ୍ର ଗୁମ୍ଫାରେ ଶିବଙ୍କ ବରଫାବୃତ ଲିଙ୍ଗର ଦିବ୍ୟ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।
ଚଳିତ ବର୍ଷ ପାଖାପାଖି ୨ ଲକ୍ଷ ୮୫ ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ସଂଖ୍ୟା ଗତବର୍ଷ ତୁଳନାରେ ୨୫ ହଜାର ଅଧିକ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ବାବା ଅମରନାଥଙ୍କ ଯାତ୍ରା ଜୁନ୍ ୨୮ରେ ଆରମ୍ଭ ହୋଇଥିଲା। ପାଖାପାଖି ୬୦ ଦିନ ଧରି ଅମରନାଥ ଗୁମ୍ଫା ଯାଏ ଯାତ୍ରା ଚାଲିବା ପରେ ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଏହା ଶେଷ ହୋଇଛି ।
from Odisha Reporter https://ift.tt/2PJbDKW
No comments:
Post a Comment