
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ସତ୍ୟସାଇ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟରେ କ୍ଲାସ୍ ଚାଲୁଥିବା ବେଳେ ଛାତ ବିମ୍ରୁ କଂକ୍ରିଟ୍ ଖଣ୍ଡ ଖସିଛି। ସୌଭାଗ୍ୟ ବଶତଃ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି।
ଏହି ସ୍କୁଲ୍ ଛାତରୁ ଏମିତି କଂକ୍ରିଟ୍ ଖଣ୍ଡ ଖସିବା କିଛି ନୂଆ କଥା ନୁହେଁ। ଗତ ୮ ତାରିଖରେ ମଧ୍ୟ ଏଠାରେ ଛାତରୁ କଂକ୍ରିଟ୍ ଖଣ୍ଡ ଖସିଥିଲା।
ଗତ ବର୍ଷ ମଧ୍ୟ ଏମିତି ଘଟିଥିଲା। ତେଣୁ କିଛି ଦିନ ପାଇଁ ସ୍କୁଲ ବନ୍ଦ ରଖାଯାଇଥିଲା।
ଆଜିର ଅଘଟଣ ପରେ ସିଆର୍ସିସି ଆସି ଘଟଣାର ତଦନ୍ତ କରିଛନ୍ତି।
ସ୍କୁଲ କୋଠରୀ ମରାମତି ପାଇଁ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଏଯାଏ ସ୍କୁଲ ମରାମତି ହୋଇନାହିଁ।
୧୯୯୨ରେ ନିର୍ମିତ ଏହି ସ୍କୁଲ ଜରାଜୀର୍ଣ୍ଣ ହୋଇଗଲାଣି। ତଥାପି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ। ଆଜିର ଘଟଣା ପରେ ଅଭିଭାବକମାନେ ରାସ୍ତା ଅବରୋଧ କରିଥିଲେ।
from OdishaReporter https://ift.tt/2vxBxZG



No comments:
Post a Comment