
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଦୁରା ଫୁଲର ଅନ୍ୟନାମ ଅକୋବା ବା ଆର୍କ। ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି। ଏହାର ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ୍, କୁଷ୍ଠ ଓ ପାଇଲ୍ସ ପରି ରୋଗକୁ ଭଲ କରା ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଏହା ବ୍ୟତୀତ ଆପଣଙ୍କୁ ଜଣାଥିବ, ଦୁଦୁରା ଗଛର ପୁଲ ଭଗବାନ ଶିବଙ୍କ ପାଖରେ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଦୁଦୁରା ଫୁଲ ଦେଇ ଶିବଙ୍କୁ ପୂଜା କଲେ ସେ ସନ୍ତୁଷ୍ଟ ହୋଇଥାଆନ୍ତି।
ତେବେ ଆସନ୍ତୁ ଜାଣିବା, ଏହି ଗଛର ଫୁଲ ଓ ପତ୍ର କିପରି ବଡ଼ ବଡ଼ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ।
ଶ୍ୱାସ
ଦୁଦୁରା ଫୁଲକୁ ଶୁଖାଇ ଚୁନା କରି ଦିଅନ୍ତୁ। ପ୍ରତିଦିନ ଏହି ଚୁନା ଖାଇଲେ ଶ୍ୱାସ,ଫୁସ୍ଫୁସ୍ ସମ୍ୱନ୍ଧୀୟ ରୋଗ ଏବଂ ଶରୀରରୁ ଦୁର୍ବଳତା ଦୂର ହୋଇଥାଏ।
ବ୍ଲଡ୍ ସୁଗର୍
ପ୍ରତିଦିନ ସକାଳୁ ଦୁଦୁରା ପତ୍ରକୁ ପାଦ ଦଳେ ରଖି ମୋଜା ପିନ୍ଧି ଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ କାଢ଼ି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ସୁଗର୍ ନିୟନ୍ତ୍ରଣ ହୋଇପାରିବ।
ପାଇଲ୍ସ

କୁଷ୍ଠ ରୋଗ
ଦୁଦୁରା ପତ୍ରକୁ ବାଟି ସୋରିଷ ତେଲରେ ମିଶାଇ ଦିଅନ୍ତୁ। ଏହାକୁ କୁଷ୍ଠ ରୋଗ ଜନିତ ଘା’ରେ ଲଗାନ୍ତୁ। ଏପରି ନିୟମିତ କରିବା ଦ୍ୱାରା ଘା’ ଶୀଘ୍ର ଶୁଖି ଯାଇଥାଏ।
ଖଣ୍ଡିଆ ସ୍ଥାନ

ଆଲର୍ଜି
ଶରୀରରେ ଆଲର୍ଜି ବା ଶୁଖିଯିବା କାରଣ କୁଣ୍ଡାଇ ହେବା ସମସ୍ୟାରୁ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଦୁଦୁରା ଚେରକୁ ଜାଳି ଦିଅନ୍ତୁ। ପରେ ଏହାର ଅଙ୍ଗାରକୁ ଲିମ୍ୱ ତେଲରେ ମିଶାଇ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ଦୂର ହୋଇଥାଏ।
from OdishaReporter https://ift.tt/2Mgvrq1
No comments:
Post a Comment