
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରତିଦିନ ଭଳି ଆଜି ମଧ୍ୟ ସେ ସାଇକେଲ୍ରେ କଲେଜ୍ ଯାଉଥିଲେ। ହଠାତ୍ ତାଙ୍କ ଉପରେ ଚଢ଼ିଗଲା ଏକ ଟ୍ରକ୍। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ମିଲି ନାୟକ। ବଲାଙ୍ଗିର ଜିଲ୍ଲା ଲକ୍ଷ୍ମୀଜୋରରେ ଘଟିଛି ଏ ଘଟଣା।
ଆଜି ସକାଳେ ମିଲି ନିଜ ଗାଁରୁ ସାଇକେଲ୍ ଯୋଗେ କଲେଜକୁ ଯାଉଥିଲେ। ସେ ବଲାଙ୍ଗିର ସରକାରୀ ଯୁକ୍ତ ଦୁଇ କଲେଜରେ ପଢ଼ୁଥିଲେ। ଲକ୍ଷ୍ମୀଜୋର ବ୍ରିଜ୍ ଉପରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି।
ଦୁର୍ଘଟଣାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଗାନ୍ଧିନଗର ଛକରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ସହ କଲେଜ ଛାତ୍ରଛାତ୍ରୀ ରାସ୍ତାରୋକ କରିଥିଲେ।
from OdishaReporter https://ift.tt/2vLFr09

No comments:
Post a Comment