ଘର ତିଆରି କଲା ବେଳେ ବାସ୍ତୁଶାସ୍ତ୍ରର ଏହି ପାଞ୍ଚଟି କଥା ପ୍ରତି ଦୃଷ୍ଟି ଦିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଘର ତିଆରି କଲା ବେଳେ ବାସ୍ତୁଶାସ୍ତ୍ରର ଏହି ପାଞ୍ଚଟି କଥା ପ୍ରତି ଦୃଷ୍ଟି ଦିଅନ୍ତୁ

house

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ତିଆରି କରୁଥିଲେ କିଛି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ। କାରଣ ଆମ ପୂର୍ବଜମାନେ ଗୃହ ନିର୍ମାଣ ପାଇଁ ବାସ୍ତୁ ଶାସ୍ତ୍ରରେ ଅନେକ ବିଧାନ ରଖିଛନ୍ତି। ଯାହାକୁ ନ ମାନିଲେ ହୁଏତ ଆମେ ଅସୁବିଧାରେ ପଡ଼ିଯିବା।

ଏଥିପାଇଁ ଆସନ୍ତୁ ଶାସ୍ତ୍ରରେ ଥିବା ୫ଟି ବିଧାନ ସମ୍ପର୍କରେ ଆଲୋଚନା କରିବା, ଆଉ ଜାଣିବା କେମିତି ଢଙ୍ଗରେ ଗୃହ ନିର୍ମାଣ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଜାୟ ରହିବ।

ପୂର୍ବ କୋଣରେ ଥିଲେ ଓସ୍ତ ବୃକ୍ଷ, ଲକ୍ଷ୍ମୀଙ୍କ ପଥ ଅବରୋଧ: ଘରର ପୂର୍ବ ଦିଗରେ ଓସ୍ତ ଗଛ ଥିଲେ ଗୃହକୁ ଧନ ଆସିବାର ଗତିପଥ ଅବରୋଧ ହୁଏ। ଫଳରେ ସେହି ଘରର ଆର୍ଥିକ ସ୍ଥିତି କେବେ ବି ସୁଧୁରେ ନାହିଁ। ଉକ୍ତ ଗୃହ ପ୍ରତି ମା’ ଲକ୍ଷ୍ମୀଙ୍କ ସର୍ବଦା କୋପଦୃଷ୍ଟି ଥାଏ।

ashokatree

ଅଶୋକ ବୃକ୍ଷ ଥିଲେ ଗୃହ ପାସେ, ସଦା ସେ ପରିବାର ହସେ: ଅଶୋକ ଏକ ପବିତ୍ର ବୃକ୍ଷ। ଘର ପାଖରେ ବା ଘର ପରିସୀମାରେ ଅଶୋକ ଗଛଟିଏ ରହିଥିବା ଅତ୍ୟନ୍ତ ଶୁଭକାରକ। ଏହି ବୃକ୍ଷ ସଂଲଗ୍ନ ଘରେ ବାସ କରୁଥିବା ଲୋକେ ସବୁବେଳେ ଖୁସିରେ ରୁହନ୍ତି। ଘରେ ସୁଖ ସମୃଦ୍ଧି ବଜାୟ ରୁହେ।

ସିଂହ ମୁଖୀ ଘର ଯାହାର, ତନ ଧନ ତା’ ଲାଗି ଅସାର: ସିଂହମୁଖୀ ଘର ଅର୍ଥାତ୍‌ ଯେଉଁ ଘରର ମୁହଁ ଚଉଡ଼ା ଓ ପଛଭାଗ ସଙ୍କୀର୍ଣ୍ଣ, ସେ ଘରେ ରହୁଥିବା ଲୋକେ ସବୁ ବେଳେ ଅସୁଖୀ ରହନ୍ତି। ଏହି ଘରେ ରହୁଥିବା ଲୋକଙ୍କୁ ଅର୍ଥହାନି ଆଉ ପ୍ରାଣପୀଡ଼ା, ଉଭୟ ଭୋଗିବାକୁ ପଡ଼େ।

house2

ଯାହାର ଯେମିତି ଘର ଦୁଆର, ସଦା ରହିଥାଏ ଚୋରକୁ ଡର: ଘରର ମୁଖ୍ୟ ଦୁଆର ଅତି ବଡ଼ କି ଅତି ଛୋଟ ହେବା ଠିକ୍‌ ନୁହେଁ। ଏହା କରିବା ଦ୍ୱାରା ଚୋରକୁ ପ୍ରୋତ୍ସାହନ ମିଳିଥାଏ। ଏଣୁ ଘର ତିଆରି କରୁଥିଲେ, ସମ୍ମୁଖ ଦ୍ଵାର ଯେପରି ଘର ଅନୁକୂଳ ହୁଏ ସେଥିପ୍ରତି ଦୃଷ୍ଟି ଦେବା ଦରକାର।

ପ୍ରଥମ ପ୍ରସାଦ ଠାକୁର ପାସେ, ସେ ଘରେ ଲକ୍ଷ୍ମୀର ବାସ ନିରିତେ: ଯେଉଁ ଘରେ ଠାକୁର ଓ ବାସ୍ତୁ ଦେବତାଙ୍କ ପାଖରେ ପ୍ରଥମେ ପ୍ରସାଦ ଲାଗି ହୋଇଥାଏ, ସେ ଘରକୁ ଭଗବାନଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

 

 



from OdishaReporter https://ift.tt/2vncU1F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages