ଚାଲିଗଲେ କରୁଣାନିଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଚାଲିଗଲେ କରୁଣାନିଧି

ଚେନ୍ନାଇ: ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦୀର୍ଘ ୧୧ ଦିନ ହେଲା ହସ୍ପିଟାଲ୍‌ରେ ବେଡ୍‌ରେ  ମୃତ୍ୟୁ ସହ ସଂଘର୍ଷ କରୁଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।

ଗତକାଲି ବିଳମ୍ବିତ ରାତିରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଆଜି ସନ୍ଧ୍ୟା ୬ଟା ୧୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କାବେରୀ ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଘଟୁଥିବା ଖବର ମିଳିବା ପରେ ତାଙ୍କର ହଜାର ହଜାର ସମର୍ଥକ ହସ୍ପିଟାଲ୍‌ ବାହାରେ ଏକତ୍ରିତ ହୋଇଥିଲେ।

ସମସ୍ତେ କରୁଣାନିଧିଙ୍କ ଫଟୋକୁ ହାତରେ ଧରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏକକାଳୀନ ଏତେ ଲୋକଙ୍କ ଉପସ୍ଥିତି ଯୋଗୁ ହସ୍ପିଟାଲ୍‌ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

କିଛି ପରିଚିତ ଲୋକଙ୍କୁ ଛାଡ଼ିଦେଲେ କାହାକୁ ହସ୍ପିଟାଲ୍‌ ଭିତରୁ ଛଡ଼ା ଯାଇନଥିଲା।

ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପରେ କରୁଣାନିଧିଙ୍କ ଦେହାନ୍ତ ହୋଇଛି ବୋଲି ଘୋଷଣା କରାଯାଇଥିଲା। ଏହି ଖବର ଶୁଣିବା ପରେ ସମଗ୍ର ଅଞ୍ଚଳ ଲୋକଙ୍କ କାନ୍ଦରେ ଫାଟି ପଡ଼ିଥିଲା।

ଚେନ୍ନାଇ ସହରରେ ୬ହଜାର ୫ଶହ ପୁଲସ୍‌ ମୁତୟନ କରାଯାଇଛି।  ସବୁ ଜିଲ୍ଲାର ଏସପି ଓ ପୁଲିସ କମିଶନରମାନଙ୍କୁ ଅାଇନଶୃଙ୍ଖଳା ପରିସ୍ଥିତି ପ୍ରତି ନଜର ଦେବାକୁ ନିର୍ଦ୍ଦେଶ ଦିଅାଯାଇଛି।

ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସଂକ୍ଷିପ୍ତ ଜୀବନୀ

କରୁଣାନିଧି ୧୯୨୪ ମସିହା ଜୁନ୍‌ ୩ରେ ଜନ୍ମ ଗ୍ରହଣ କରିଥିଲେ। ସେ ତାମିଲନାଡୁରେ କଲାଇଙ୍ଗାର ନାମରେ ପରିଚିତ ଥିଲେ। ସେ ୧୯୫୭ରେ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୯ରୁ ୨୦୧୧ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କରୁଣାନିଧି ୫ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେ କେବେ ହେଲେ ନିର୍ବାଚନରେ ପରାସ୍ତ ହୋଇନ ଥିବା ରେକର୍ଡର ଅଧିକାରୀ।

ରାଜନୀତିକୁ ଆସିବା ପୂର୍ବରୁ କରୁଣାନିଧି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସ୍କ୍ରିନ୍‌ ରାଇଟର୍‌ ଭାବେ କାର୍ଯ୍ୟ କରୁଥିଲେ। ଏହାବାଦ୍ ଜଣେ ସୁଦକ୍ଷ ଲେଖକ ଭାବ କରୁଣାନିଧିଙ୍କ ଖ୍ୟାତି ରହିଥିଲା।

କରୁଣାନିଧି ୧୯୬୯ ମସିହା ଫେବୃଆରୀ ୧୦ରୁ ୧୯୭୧ ମସିହା ଜାନୁଆରୀ ୪ ଯାଏ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଦ୍ୱିତୀୟ ଥର ପାଇଁ ୧୯୭୧ ମାର୍ଚ୍ଚ ୧୫ରୁ ୧୯୭୬, ଜାନୁଆରୀ ୩୧ ଜାନୁଆରୀ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ତୃତୀୟ ଥର ପାଇଁ ୧୯୮୯ ମସିହା ଜାନୁଆରୀ ୨୭ରୁ ୧୯୯୧ ମସିହା ୩୦ ଜାନୁଆରୀ ଯାଏ ମୁଖ୍ୟମନ୍ତ୍ରୀ ରହିଥିଲେ।

୪ର୍ଥ ଥର ପାଇଁ କରୁଣାନିଧି ୧୯୯୬ ମସିହା ମେ ୧୩ରୁ ୨୦୦୧ ମସିହା ମେ’ ୧୩ ଯାଏ ମୁଖ୍ୟମନ୍ତ୍ରୀ ଭାବେ  କାର୍ଯ୍ୟ କରିଥିଲେ।

୫ମ ତଥା ଶେଷ ଥର ପାଇଁ କରୁଣାନିଧି ୨୦୦୬ ମସିହା ମେ ୧୩ରୁ ୨୦୧୧ ମସିହା ମେ ୧୫ ଯାଏ  ମୁଖ୍ୟମନ୍ତ୍ରୀ ଥିଲେ।



from OdishaReporter https://ift.tt/2vJvksJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages