ଜଳନ୍ତା ଦୌଡ଼ୁଥିଲେ ନବବଧୂ, ଉଦ୍ଧାର କଲେ ଗାଁ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଜଳନ୍ତା ଦୌଡ଼ୁଥିଲେ ନବବଧୂ, ଉଦ୍ଧାର କଲେ ଗାଁ ଲୋକ

ନୀଳଗିରି (ବିଶ୍ୱମ୍ଭର ଦାଶ): ଯାହାର ହାତ ଧରି ସାତ କଳସକୁ ସାକ୍ଷୀ ରଖି ବାହା ହୋଇଥିଲେ, ସେ ଭୁଲି ଗଲା ସମ୍ପର୍କ। ଏଇ ଜନ୍ମରେ ସାତ ଜନମର ଜୀବନ ସାଥୀଙ୍କ ଦେହରେ ନିଆଁ ଲଗାଇଦେଲେ ସ୍ୱାମୀ। ବଞ୍ଚିବା ପାଇଁ ଚିତ୍କାର କରି ଜଳନ୍ତା ଅବସ୍ଥାରେ ଗାଁ ଦାଣ୍ଡରେ ଦୌଡ଼ୁଛନ୍ତି ନବବଧୂ।

ହେଲେ ସ୍ୱାମୀ କିମ୍ୱା ଶ୍ୱଶୁର ଘର ଲୋକଙ୍କ କାନରେ ପଡ଼ୁନଥିଲା ଏହି ଚିତ୍କାର। ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆଜି ସକାଳେ ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ୪ ମାସ ତଳେ ରେମୁଣା ବ୍ଲକ ବରୁଆ ପଞ୍ଚାୟତ ଚିଲାପଦା ଗାଁର ମୁକ୍ତିକାନ୍ତ ଦାସ ବିଖାପଦା ଗାଁର ବ୍ରଜେନ୍ଦ୍ର ବାରିକଙ୍କ ଝିଅ ସୁଇଟି ସଂପା ବାରିକଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତି ନୀତିରେ ନୀଳଗିରି ଜଗନ୍ନାଥ ମନ୍ଦିରରେ ହୋଇଥିଲା।

ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ମାତ୍ର ଘର ଆର୍ଥିକ ସ୍ଥିତି ଭଲ ନଥିବାରୁ ସୁନା ଚେନ୍‌ ଦିଆଯାଇନଥିଲା। ପରେ ସୁନା ଚେନ୍‌ ଦିଆଯିବ ବୋଲି କନ୍ୟାପକ୍ଷ ପକ୍ଷରୁ କୁହାଯାଇଥିଲା।

ହେଲେ ଯୌତୁକ ଲୋଭୀ ଶ୍ୱଶୁର ଘର ଲୋକଙ୍କ ମନ ସୁନା ଚେନ୍ ପାଖରେ ଅଟକିଥିଲା। ସୁନା ଚେନ୍‌ ମିଳିବାରେ ବିଳମ୍ୱ ହେଉଥିବାରୁ ସୁଇଟି ଉପରେ ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ନିର୍ଯାତନା।

ନିର୍ଯାତନା ଅସହ୍ୟ ହେବାରୁ ସୁଇଟି ବାପ ଘର ଲୋକଙ୍କୁ ଜଣାଇଥିଲେ। ଘଟଣାର ସମାଧାନ ପାଇଁ ଗାଁରେ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସୁନା ଚେନ୍‌ ଦେବା ପାଇଁ ବାପ ଘର ଲୋକଙ୍କୁ କିଛି ଦିନ ମହଲତ ଦିଆଯାଇଥିଲା। ଏଥିରେ ମୁକ୍ତିକାନ୍ତଙ୍କ ପରିବାର ଲୋକେ ରାଜି ହୋଇଥିଲେ।

ଏହା ପରେ ମଧ୍ୟ ସୁନା ଚେନ୍‌ ମିଳିନଥିଲା।

ସୁନା ଚେନ ମିଳିବାର ବିଳମ୍ୱ ହେଉଥିବା ଦେଖି ସୁଇଟି ଉପରେ ପୁନର୍ବାର ନିର୍ଯାତନା ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର୍‌ ସମୟରେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ସୁଇଟି ଉପରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ସୁଇଟି ଜୀବନ ବିକଳରେ ନିଆଁ ଲାଗିଥିବା ଶାଢ଼ୀ କାଢ଼ି ଘରୁ ବାହାରକୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଚାଲି ଆସିଥିଲେ। ଜଣେ ମହିଳା ଜୀଅନ୍ତା ଜଳୁଥିବା ଦେଖି ଗାଁର ଦୁଇ ଜଣ ଯୁବକ ତାଙ୍କୁ ଉଦ୍ଧାର କରି ଆମ୍ୱୁଲାନ୍ସରେ ଆଣି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଏନେଇ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଛି।



from OdishaReporter https://ift.tt/2vNaoRB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages