ଏକା ରାଶିର ଜୀବନସାଥୀ ମିଳିଲେ, ଜାଣନ୍ତୁ କାହା ପାଇଁ ଘଟିବ କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଏକା ରାଶିର ଜୀବନସାଥୀ ମିଳିଲେ, ଜାଣନ୍ତୁ କାହା ପାଇଁ ଘଟିବ କ’ଣ

couple1

ଜୀବନସାଥୀଟି କିପରି ହେବ? କେଉଁ ରାଶିର ପୁଅ ସହ କେଉଁ ରାଶିର ଝିଅଙ୍କ ଯୋଡ଼ି ଜମିବ। ଏସବୁ ଜାଣିବା ପାଇଁ  ସାଧାରଣତଃ ଆମେ ରାଶି ଓ ଜାତକ ଦେଖି ଭବିଷ୍ୟବାଣୀ କରୁଥିବା ଜ୍ୟୋତିଷଙ୍କ ପରାମର୍ଶ ଲୋଡ଼ିଥାଉ। ତେବେ ଉଭୟ ପୁଅଝିଅଙ୍କ ରାଶି ସମାନ ହୋଇଥିଲେ କ’ଣ ହୋଇଥାଏ ଆସନ୍ତୁ ଜାଣିବା।

ମେଷ: ଯଦି ଉଭୟ ପୁଅ ଓ ଝିଅଙ୍କ ରାଶି ମେଷ ହୋଇଥାଏ, ତା’ହେଲେ ଏମାନଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ରହେ ନାହିଁ। ଛୋଟ ଛୋଟ କଥାକୁ ନେଇ ଏମାନଙ୍କ ମଧ୍ୟରେ ସବୁବେଳେ କଳି ହୋଇଥାଏ। ଶେଷରେ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ।

couple

ବୃଷ: ଜୀବନସାଥୀଙ୍କ ପରସ୍ପରର ରାଶି ବୃଷ ହୋଇଥିଲେ,ଏମାନେ ଭଲ ଯୋଡ଼ିଦାର ଭାବେ ସାବ୍ୟସ୍ତ ହୁଅନ୍ତି। ଏମାନଙ୍କୁ ପର୍‌ଫେକ୍ଟ ଯୋଡ଼ି ବୋଲି କୁହାଯାଏ। ଏମାନେ ସାଧାରଣତଃ ନରମ ହୃଦୟର ହୋଇଥା’ନ୍ତି।

ମିଥୁନ: ଏହି ରାଶିର ଜୀବନସାଥୀ ଉଭୟେ ସାଧାରଣତଃ ଚଞ୍ଚଳ ସ୍ୱଭାବର ଓ ରୋମାଣ୍ଟିକ୍‌ ହୋଇଥା’ନ୍ତି । ପ୍ରେମକୁ ନେଇ କଳ୍ପନାର ଦୁନିଆରେ ପରସ୍ପରକୁ ହଜାଇ ଦିଅନ୍ତି। ଏହା ଅବଶ୍ୟ ସତ, ମିଥୁନ ରାଶିର ପୁଅଙ୍କୁ ସେହି ମିଥୁନ ରାଶିର ଝିଅ ମିଳିଗଲେ, ତାହାହେଲେ ଉଭୟଙ୍କ ମୁହଁରେ ହସ ହିଁ ହସ ସବୁବେଳେ ଦେଖିବାକୁ ମିଳିବ। କାରଣ ମିଥୁନ ରାଶିର ଝିଅମାନେ ସାଧାରଣତଃ ଖୁସିର ମାହୋଲ୍‌ରେ ରହିବାକୁ ଭଲ ପାଇଥା’ନ୍ତି।

କର୍କଟ: ଏହି ରାଶିର ଦମ୍ପତିଙ୍କୁ ସାଧାରଣ ଜୀବନରେ ସଫଳ ଯୋଡ଼ିର ମାନ୍ୟତା ମିଳିଥାଏ। ଉଭୟ କର୍କଟ ରାଶିର ପୁଅ ଓ ଝିଅ, ଅପେକ୍ଷାକୃତ ଅଧିକ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ପାଇଥାନ୍ତି। ଏମାନେ ନିଜ ଜୀବନସାଥୀଙ୍କ ପ୍ରତି ବହୁତ ଧ୍ୟାନ ଦିଅନ୍ତି ଏବଂ ପରସ୍ପରକୁ ସବୁବେଳେ ସମୟ ବି ଦେବାକୁ ପ୍ରସ୍ତୁତ ଥା’ନ୍ତି।

couple5

ସିଂହ: ଯଦି ପତି ଓ ପତ୍ନୀ, ଉଭୟଙ୍କ ରାଶି ସିଂହ, ତେବେ ଏମାନଙ୍କ ଦାମ୍ପତ୍ୟ ଜୀବନ ‘ଟାଇମ୍‌ବମ୍‌’ ପରି ହୋଇଥାଏ। ଅର୍ଥାତ୍ ସବୁବେଳେ ପରସ୍ପରଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥାଏ। କାରଣ ଉଭୟଙ୍କ ମନରେ ସବୁବେଳେ କ୍ରୋଧ ଓ ଅହଂକାର ଭରି ରହିଥାଏ। ଫଳରେ ଏହି ଜୀବନସାଥୀଙ୍କ ସମ୍ପର୍କ ବେଶୀ ଦିନ ଚାଲି ପାରେନାହିଁ।

କନ୍ୟା: ଏହି ରାଶିର ଯୋଡ଼ିଙ୍କୁ ‘ମେଡ୍ ଫର୍ ଇଚ୍‌ ଅଦର୍‌’ ବୋଲି କୁହାଯାଇଥାଏ। ଏମାନଙ୍କ ମଧ୍ୟରେ ଭଲପାଇବା ଭରି ରହିଥାଏ। ଦୁହିଁଙ୍କ ମଧ୍ୟରେ ବୁଝାମଣା ଏମାନଙ୍କ ସମ୍ପର୍କକୁ ଆଗେଇ ନେଇଥାଏ।

cople

ତୁଳା: ଏମାନେ ପରସ୍ପର ପ୍ରତି ଗଭୀର ପ୍ରେମ ରହିଥାଏ। ଉଭୟେ ଏକାକୀ ରହିବାକୁ ପସନ୍ଦ କରନ୍ତି ନାହିଁ। ଏହି ରାଶିର ଝିଅଙ୍କ ସ୍ୱାତନ୍ତ୍ର୍ୟ ହେଲା, ଏମାନେ ଶୀଘ୍ର ନିଜର ସ୍ୱାମୀକୁ ଖୁବଶୀଘ୍ର ନିଜର କରି ନିଅନ୍ତି।

ବିଛା: ଏହି ରାଶିର ଜୀବନସାଥୀଙ୍କର ପରସ୍ପର ପ୍ରତି ଆକର୍ଷଣ ଅନ୍ୟମାନଙ୍କ ତୁଳନାରେ ଅଧିକ। ଏମାନେ କେବେ ବି ପରସ୍ପରକୁ ଧୋକା ଦିଅନ୍ତି ନାହିଁ।

couple2

ଧନୁ: ଏହି ରାଶିର ଦମ୍ପତି ଆଜୀବନ ପରସ୍ପରକୁ ଭଲ ପା’ନ୍ତି। ଏମାନେ ସାରା ଜୀବନ ହସଖୁସିରେ କାଟନ୍ତି।

ମକର: ପରସ୍ପର ପ୍ରତି ତ୍ୟାଗ ଓ ଭଲ ପାଇବା ଏହି ରାଶିର ଜୀବନସାଥୀଙ୍କ ପ୍ରମୁଖ ଲକ୍ଷଣ। ଏହି କାରଣରୁ ସମ୍ପର୍କ ମଜଭୁତ ହୋଇଥାଏ ଏବଂ ଏମାନେ ଖୁସିରେ ହି ଦାମ୍ପତ୍ୟ ଜୀବନ ବିତାଇଥା’ନ୍ତି।

କୁମ୍ଭ: ଏହି ରାଶିର ଜୀବନସାଥୀଙ୍କୁ ମିଶ୍ର ଫଳ ମିଳିଥାଏ। ଯେପର୍ଯ୍ୟନ୍ତ ବୁଝାମଣା ଠିକ୍‌ ଠାକ୍‌ ଥାଏ, ସେପର୍ଯ୍ୟନ୍ତ ଏମାନଙ୍କ ସମ୍ପର୍କ ସୁରୁଖୁରୁରେ ଚାଲେ। କିନ୍ତୁ କିଛି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ମଧ୍ୟ ହୁଏ।

ମୀନ: ଏମାନେ ସବୁବେଳେ ସୁଖ ଓ ଦୁଃଖରେ ପରସ୍ପର ପଛରେ ଛିଡ଼ା ହୁଅନ୍ତି। ଏମାନଙ୍କ ଭିତରେ ନିବିଡ଼ ଭଲପାଇବା ଓ ପରସ୍ପର ସହ ବୁଝାମଣା ମଧ୍ୟ ଠିକ୍ ରହିଥାଏ।

 



from OdishaReporter https://ift.tt/2OOSeI5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages