୮ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

୮ ଅଗଷ୍ଟ, ବୁଧବାର: ଏହି ରାଶିର ଲୋକଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇପାରେ

Rasiphala

ମେଷ: କିଛି କାମରେ ସମସ୍ୟା ଦେଖାଦେଇପାରେ। କୌଣସି ସ୍ଥାନକୁ ଯାଇପାରନ୍ତି। ଭାଇ ଓ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗଜାନନଙ୍କ ପୂଜା କରନ୍ତୁ, କାମରେ ସଫଳ ହେବେ।

ବୃଷ: କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। କଥା ହେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନଚେତ୍‌ ସମସ୍ୟାରେ ପଡ଼ିପାରନ୍ତି। ଅର୍ଥପ୍ରାପ୍ତି ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ।

ମିଥୁନ: ଆଜିର ଦିନଟି ଭଲରେ କଟିବ। ଭଲ ଖାଇବା ସହ ନୂଆ ପୋଷାକ କିଣି ପାରନ୍ତି। ବନ୍ଧୁଙ୍କ ସହ ଦିନଟି କଟିବ। ଅର୍ଥପ୍ରାପ୍ତି ଯୋଗ ରହିଛି। ହେଲେ ବ୍ୟୟ ମଧ୍ୟ ଅଧିକ ହୋଇପାରେ।

କର୍କଟ: ଘରେ ଅଶାନ୍ତି ଦେଖା ଦେଇପାରେ। ମାନସିକ ସ୍ତରରେ ଅସ୍ଥିର ରହିବେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ସହ ବାଦ-ବିବାଦ ହୋଇପାରେ। ଆଇନଗତ ଲଢ଼େଇରେ ଦେଖିଚାହିଁ ନିଷ୍ପତ୍ତି ନିଅନ୍ତୁ।

ସିଂହ: ଆଜିର ଦିନଟି ଆପଣଙ୍କ ଭଲରେ କଟିବ। କୌଣସି ଭଲ ସୁଯୋଗ ପାଇବେ, ହେଲେ ମାନସିକ ସ୍ତରରେ ସ୍ଥିର ନରହିଲେ ଏହା ହାତଛଡ଼ା ହୋଇଯିବାର ସମ୍ଭାବନା ରହିଛି। ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ।

କନ୍ୟା: କୌଣସି କାମ କରିବାକୁ ମନ ସ୍ଥିର କରିଥିଲେ, ଗଜାନନଙ୍କ କୃପାରୁ ଏହା ଆରମ୍ଭ କରିବାର ସୁଯୋଗ ମିଳିବ। ବିଦେଶ ଯାତ୍ରାର ସମ୍ଭାବନା ରହିଛି। ପିତାଙ୍କଠାରୁ ଲାଭ ମିଳିପାରେ। ବ୍ୟବସାୟ ଓ ଚାକିରି କରୁଥିବା ଲୋକେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ତୁଳା: କଳାପ୍ରେମୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ନୂଆ କାମ ଆରମ୍ଭ କରିପାରନ୍ତି। ବିଦେଶ ଗସ୍ତର ସୁଯୋଗ ପାଇବେ। ସ୍ୱାସ୍ଥ୍ୟାବସ୍ଥା ଠିକ୍‌ଠାକ୍‌ ରହିବ। ପିଲାମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି।

ବିଛା: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଖାଇବା, ପିଇବା ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: ସୁସ୍ୱାଦୁ ଖାଦ୍ୟ ଖାଇବେ। ନୂଆ ପୋଷାକ କିଣି ପାରନ୍ତି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମକର: ବ୍ୟବସାୟ ଓ ଆର୍ଥିକ ସ୍ଥିତିକୁ ନେଇ ଦିନଟି ଭଲରେ କଟିବ। ଟଙ୍କା ଦେଣନେଣରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ମିଳିବ। ଅର୍ଥପ୍ରାପ୍ତି ଯୋଗ ରହିଛି। ବିରୋଧୀ ହଇରାଣ କରିପାରିବେ ନାହିଁ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ମାନସିକ ଅଶାନ୍ତି ଓ ସମସ୍ୟାରେ ଦିନଟି କଟିବ। ବିଚାରଗତ ସମସ୍ୟା କାରଣରୁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡ଼ିପାରନ୍ତି। ପେଟ ସମସ୍ୟା ଦେଖାଦେଇପାରେ। କାମରେ ଅସଫଳ ହୋଇପାରନ୍ତି।

ମୀନ: ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କାହା ସହ ମତାନ୍ତର ହୋଇପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ମନ ଭଲ ରହିବ ନାହିଁ। ଚାକିରି କ୍ଷେତ୍ରରେ ସମସ୍ୟାରେ ପଡ଼ିପାରନ୍ତି।



from OdishaReporter https://ift.tt/2KAUgYN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages