
ଥିରୁଭନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଆଜି ପୁଣି ବର୍ଷା ହେବାରୁ ଉଦ୍ଧାର ଓ ରିଲିଫ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି ।
୧୪ ହଜାରରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ୭ଟି ଜିଲ୍ଲାରେ ଆଲର୍ଟ ଜାରି ହୋଇଥିବା ବେଳେ ଏର୍ନାକୁଲମ ଓ ତ୍ରିଶୁର ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ସୁରକ୍ଷାକର୍ମୀଙ୍କ ସହ କୋଷ୍ଟଗାର୍ଡ ଓ ଏନ୍ଡିଆରଏଫ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ରାସ୍ତା ପୁରା ଧୋଇ ଯାଇଥିବାରୁ କେତେକ ଅଞ୍ଚଳ ପୁରା ବିଚ୍ଛିନ୍ନ ହୋଇଯାଇଛି। ଘର ମଧ୍ୟ ପାଣିରେ ବୁଡ଼ି ଯାଇଛି। ତେବେ ଇଡୁକି ଡ୍ୟାମର ଜଳସ୍ତର ହ୍ରାସ ପାଇଛି।
ସେହିପରି ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ତେଣୁ ୬ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ପି. ବିଜୟନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।
ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କେରଳର ପ୍ରଭାବିତ ଲୋକଙ୍କ ରିଲିଫ ଓ ଥଇଥାନ ପାଇଁ ଆଉ ୧୦୦କୋଟି ଟଙ୍କା ସାହାଯ୍ୟ ଘୋଷଣା କରିଛନ୍ତି । ସେପଟେ କେରଳ ସରକାର ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
from OdishaReporter https://ift.tt/2MCYoJv
No comments:
Post a Comment