ମାତୃହନ୍ତାର ବର୍ବର କାଣ୍ଡ: ଭାଇ ଉପରେ ରାଗି ମାଆକୁ କଚାଡ଼ି ଦେଲା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ମାତୃହନ୍ତାର ବର୍ବର କାଣ୍ଡ: ଭାଇ ଉପରେ ରାଗି ମାଆକୁ କଚାଡ଼ି ଦେଲା!

କାମାକ୍ଷାନଗର (ରାକେଶ କୁମାର ଦେହୁରି): ଗର୍ଭଯନ୍ତ୍ରଣା ସହି ଅନ୍ତ ଫାଡ଼ି ଯେଉଁ ମାଆ ପୁଅକୁ ଜନ୍ମ ଦେଇଥିଲା, ସିଏ ଆଜି ଭୁଲି ଗଲା ରକ୍ତର ସମ୍ପର୍କ। କ୍ଷଣିକ ରାଗର ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମାଆକୁ କଚାଡ଼ି ଦେଲା। ପରେ କାଠ ଫାଳିଆରେ ପିଟିଲା। ଯନ୍ତ୍ରଣାରେ ଛଟପଟ ହୋଇ ମେଡିକାଲରେ ଜୀବନ ହାରିଲା ମାଆ। ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଗତକାଲି ସନ୍ଧ୍ୟା ବେଳେ କଙ୍କଡାହାଡ଼ ଥାନା ବାଲିକୁମା ପଞ୍ଚାୟତ କୋଈ ଗାଁର ଦେହୁରୀ ସାହିରେ ପୋହଳା ଦେହୁରୀଙ୍କ ଦୁଇ ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହି ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲେ। ଏହି ସମୟରେ ମାଆ ପୋହଳା ଦେହୁରୀ ଦୁଇ ପୁଅ ଯୋଗେନ୍ଦ୍ର ଦେହୁରୀ ଓ ଭଗବାନ ଦେହୁରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ।

ରାଗରେ ଗର୍‌ଗର୍‌ ହେଉଥିବା ପୁଅ ଭଗବାନ ମାଆକୁ ଟେକି ଦୁଆର ବନ୍ଧ ଉପରେ କଚାଡ଼ି ଦେଇଥିଲା। ପରେ ତାଙ୍କୁ କାଠ ଫାଳିଆରେ ପାହାର ପରେ ପାହାର ପକାଇ ଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଆଜି ସକାଳେ ପବିତ୍ର ଏନେଇ କଙ୍କଡ଼ାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ମାତୃହନ୍ତା ପୁଅ ଭଗବାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2B5II0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages