କାଜୋଲଙ୍କ ଫିଲ୍ମର ଟ୍ରେଲରରେ ଭୁଲ୍‌, ଅଜୟ କ୍ଷମା ମାଗିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

କାଜୋଲଙ୍କ ଫିଲ୍ମର ଟ୍ରେଲରରେ ଭୁଲ୍‌, ଅଜୟ କ୍ଷମା ମାଗିଲେ

ajay

ମୁମ୍ବାଇ: ଅଭିନେତ୍ରୀ କାଜୋଲଙ୍କ ଅପ୍‌କମିଂ ଫିଲ୍ମ ‘ହେଲିକପ୍ଟର ଈଲା’ର ଟ୍ରେଲର ଗତକାଲି ରିଲିଜ୍‌ ହୋଇଛି। ତେବେ ଏଥିରେ ଅଜାଣତରେ ଏକ ଭୁଲ୍‌ ହୋଇଯାଇଛି। ସେଥିପାଇଁ ଫିଲ୍ମର ପ୍ରଯୋଜକ ଅଜୟ ଦେବ୍‌ଗନ୍‌ ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି।

ଫିଲ୍ମର ଟ୍ରେଲରରେ ଗୀତିକାର ସ୍ୱାନନ୍ଦ କିରକିରେଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ଅଜୟ ଏଥିପାଇଁ ଟ୍ୱିଟ୍‌ କରି କ୍ଷମା ମାଗିଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି,“ଭୁଲ୍‌ରେ ‘ହେଲିକପ୍ଟର ଈଲା’ର ଟ୍ରେଲରରେ ଲିରିସିଷ୍ଟ୍‌ ସ୍ୱାନନ୍ଦ କିରକିରେଙ୍କ ନାମ ଉଲ୍ଲେଖ କରାଯାଇନାହିଁ। ସେଥିପାଇଁ ମୁଁ କ୍ଷମା ମାଗୁଛି। ଆମେ ଏହାକୁ ଠିକ୍‌ କରି ଦେବୁ।”

eela

ଫିଲ୍ମ ଟ୍ରେଲର ୟୁଟ୍ୟବ୍‌ରେ ଅପ୍‌ଲୋଡ୍‌ ହୋଇଛି। ଏହାକୁ ଗତକାଲି ଲକ୍ଷେରୁ ଅଧିକ ଥର ଲୋକ ଦେଖିଥିଲେ। ତେବେ ଅଜୟ ଏହାକୁ ହଟାଇ ଦେବା ପରେ ଏକ ନୂଆ ଟ୍ରେଲର ରିଲିଜ୍‌ କରିବେ ନା ପୁରୁଣା ଟ୍ରେଲର୍‌କୁ ରଖିବା ସହିତ ଆଉ ଏକ ଟ୍ରେଲର୍ ରିଲିଜ୍ କରିବେ ତାହା ଜଣାପଡ଼ି ନାହିଁ।

ଏହି ଫିଲ୍ମର କାହାଣୀ ଜଣେ ‘ସିଙ୍ଗଲ୍‌ ମଦର’ଙ୍କ ଜୀବନୀ ଉପରେ ଆଧାରିତ।  ଫିଲ୍ମର ଟ୍ରେଲରରେ କାଜୋଲ ନିଜ ପୁଅ ସହ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଫିଲ୍ମରେ କାଜୋଲ ଜଣେ ସିଙ୍ଗର୍ ହୋଇଛନ୍ତି। ସେ ନିଜ ପୁଅ ପାଇଁ ନିଜ ସ୍ୱପ୍ନକୁ ଛାଡ଼ି ଦେଇଛନ୍ତି। କିନ୍ତୁ ପୁଅ ବଡ଼ ହେଇଗଲା ପରେ ତାଙ୍କୁ ଛାଡ଼ି ପଳାଉଛି। ଏହାକୁ ନେଇ କାହାଣୀଟି ଗତିଶୀଳ ହୋଇଛି।



from OdishaReporter https://ift.tt/2M6I7jg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages