୧୭ ବର୍ଷର ଝିଅକୁ ୧୩ ଜଣ ଦୁଷ୍କର୍ମ ପରେ ଦେହସାରା ଜବରଦସ୍ତ କଲେ ଟାଟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

୧୭ ବର୍ଷର ଝିଅକୁ ୧୩ ଜଣ ଦୁଷ୍କର୍ମ ପରେ ଦେହସାରା ଜବରଦସ୍ତ କଲେ ଟାଟୁ

ରବାଟ୍(ମରକ୍ଖୋ): ଏମିତି ଘଟଣା ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ନିଜର ଯୌନ କ୍ଷଧାକୁ ମେଣ୍ଟାଇବା ପାଇଁ ମଣିଷ କେତେ ନିଚ୍ଚସ୍ତରକୁ ଖସିଯାଇପାରେ ତା’ର ଏକ ଦୃଷ୍ଟାନ୍ତ ଏବେ ସାମ୍ନାକୁ ଆସିଛି। ମାନବିକତାକୁ ଦୋହଲାଇ ଦେଲା ଭଳି ଘଟିଛି ଘଟଣା। ମରୋକ୍କୋର  ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ପ୍ରତି ଘଟିଥିବା ନିର୍ଯାତନା ବର୍ବବତାର ସୀମା ଲଂଘିଛି। ଜଣେ କି ଦୁଇ ଜଣ ନୁହଁ ୧୩ ଜଣ ଝିଅଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ବିଶ୍ୱବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷର ଝିଅକୁ କିଛି ଦୁର୍ବୃତ୍ତ ଦୁଇ ମାସ ତଳେ ଅପହରଣ କରିନେଇଥିଲେ। ପରେ ତାକୁ  ଅକଥନୀୟ ନିର୍ଯାତନା ଦେବା ସହ  ବାରମ୍ବାର ଦୁଷ୍କର୍ମ କରିଥିଲେ।

କେବଳ ସେତିକି ନୁହେଁ ମଣିଷ ରୂପୀ ଏହି ରାକ୍ଷସମାନେ ସବୁ ସୀମା ଲଂଘିଯାଇଥିଲେ। ସମ୍ପୃକ୍ତ ଦୁର୍ବୃତ୍ତମାନେ ତାଙ୍କ ଦେହରେ ସିଗାରେଟ ଚେଙ୍କ ଦେବା ସହ ଜବରଦସ୍ତ ଟାଟୁ କରିଛନ୍ତି।  ଝିଅଟିର ହାତରେ ସ୍ୱସ୍ତିକ ଚିହ୍ନ ସହ ଡୁଡଲ୍‌ ଓ ଗ୍ରାଫିଟି ଷ୍ଟାଇଲ୍‌ ଅକ୍ଷରର ଟାଟୁ କରାଯାଇଛି। ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ, ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଯାଇଛି  ଆନ୍ଦୋଳନ।

ଝିଅଟିକୁ ତୁରନ୍ତ ମେଡିକାଲରେ ଚିକିତ୍ସା କରାଇବା ସହିତ ତା’ର ମାନସିକ ଚିକିତ୍ସା କରାଇବା ପାଇଁ ଦାବି ହୋଇଛି। ଏଥିପାଇଁ ୧୨,୦୦୦ରୁ ଅଧିକ ଲୋକ ଏକ ପିଟିସନ୍‌ ଫାଇଲ୍‌ରେ ଦସ୍ତଗତ କରି ରାଜା ମହମ୍ମଦଙ୍କୁ ଦେଇଛନ୍ତି। ସ୍ଥାନୀୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଭିଡିଓରେ ପୀଡ଼ତା ଜଣଙ୍କ କହିଛନ୍ତି, ତାଙ୍କୁ ପ୍ରଥମେ ଅପହରଣ କରି ୨ ମାସରୁ ଅଧିକ ସମୟ ଗୋଟେ ଜାଗାରେ ରଖାଯାଇଥିଲା। ସେଠାରେ ତାଙ୍କୁ ପ୍ରତ୍ୟେକ ଦିନ ଗଣଦୁଷ୍କର୍ମ କରାଯାଉଥିଲା।

ପୀଡ଼ିତାଙ୍କ ବାପା କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଅପରାଧୀଙ୍କୁ ପୁଲିସ୍‌ ଗିରଫ କରିଛି। ଯାହାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ରୁ ଆରମ୍ଭ ହେବ। ଘଟଣାଟି ସାମ୍ନାକୁ ଆସିବା ପରେ ସୋଶାଲ୍‌ ମିଡିଆରେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ଦାବି ଜୋର ଧରିଛି। ପୀଡ଼ିତାଙ୍କ ସପକ୍ଷରେ ରାଲି ବାହାରିବା ସହିତ ଉତ୍ତର ଆଫ୍ରିକାରେ ନାରୀମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ତୀବ୍ର ବିରୋଧ କରାଯାଉଛି।



from Odisha Reporter https://ift.tt/2oieQEN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages