ରାମ ମନ୍ଦିର ନିର୍ମାଣ ବିରୋଧରେ ଅନ୍ତର୍ଜାତୀୟ ଫତ୍‌ୱା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ରାମ ମନ୍ଦିର ନିର୍ମାଣ ବିରୋଧରେ ଅନ୍ତର୍ଜାତୀୟ ଫତ୍‌ୱା !

ଲକ୍ଷ୍ନୌ: ଅଯୋଧ୍ୟା ଜମି ବିବାଦ ଘଟଣା ଆଜି ନୂଆ ମୋଡ଼ ନେଇଛି। ଅଯୋଧ୍ୟାରେ ଯେମିତି ରାମ ମନ୍ଦିର ନିର୍ମାଣ ବିରୋଧରେ ଅନ୍ତର୍ଜାତୀୟସ୍ତରରେ ଏକ ଫତୱା ଜାରି କରାଯାଇଛି।

ଇରାକ୍‌ର ମୁଖ୍ୟ ମୌଲବୀ ଆୟୋତୁଲା ଅଲ୍ଲୀ ଅଲ୍‌ ସିସ୍ତାନୀ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ବିରୋଧରେ ଫତୱା ଜାରି କରିଛନ୍ତି। ଅଯୋଧ୍ୟା ଜମି ୱାକଫ୍‌ ବୋର୍ଡର ହୋଇଥିବାରୁ ଏଠାରେ କେବେ ହେଲେ ମନ୍ଦିର କିମ୍ବା ଅନ୍ୟ କୌଣସି ଧର୍ମାନୁଷ୍ଠାନ ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ସେ ଫତୱା ଜାରି କରିବା ସହ ମତ ଦେଇଛନ୍ତି।

ଅଲ୍‌ ସିସ୍ତାନୀଙ୍କ ନିର୍ଦ୍ଦେଶକୁ ବିଶ୍ୱର ସମସ୍ତ ମସଜିଦ୍‌ର ମୌଲବୀମାନେ ପାଳନ କରନ୍ତି।

ସେ ଇରାକ୍‌ର ନିଜାଫ୍‌ଠାରେ ଆୟୋଜିତ ଏକ ସେମିନାର୍‌ରେ କାନପୁରସ୍ଥିତ ଜଣେ ଶିକ୍ଷାବିତ୍‌ ଡ.ମଜହର ନକଭୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ଫତୱା ଜାରି କରିଛନ୍ତି।

ଏହି ଫତୱା ଜରିଆରେ ଅଲ୍‌ ସିସ୍ତାନୀ ଉତ୍ତର ପ୍ରଦେଶର ଶିହା ୱାକଫ୍‌ ବୋର୍ଡର ଅଧ୍ୟକ୍ଷ ୱାସିମ୍‌ ରିଜ୍‌ଭୀଙ୍କୁ ଟାର୍ଗେଟ କରିଛନ୍ତି। କାରଣ ୱାସିମ ନିକଟରେ କହିଥିଲେ, ପୂର୍ବରୁ ଯେଉଁଠାରେ ବାବ୍ରୀ ମସଜିଦ୍‌ ରହିଥିଲା,ସେଠାରେ ରାମ ମନ୍ଦିର ନିର୍ମାଣ ପାଇଁ ବୋର୍ଡ ପକ୍ଷରୁ ଜମି ଦାନ କରାଯିବ। ଏହାକୁ ନେଇ ତୀବ୍ର ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

ଆଜି ଫତୱା ଜାରି କରି ଇରାକ୍‌ର ଏହି ମୌଲବୀ କହିଛନ୍ତି, ଅଯୋଧ୍ୟାରେ ଜଣେ ମୁସଲିମ୍‌ ଶାସକ ବାବ୍ରୀ ମସଜିଦ୍‌ ନିର୍ମାଣ କରିଥିଲେ। ତେଣୁ ଏହି ଜମି ୱାକ୍‌ଫ ବୋର୍ଡର। ତେଣୁ ବୋର୍ଡଠାରୁ କେହି ଏହାକୁ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2PKiCDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages