ରାତି ଅଧରେ ଲୌହ ଦାନବ କଲା ରକ୍ତଭୋଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ରାତି ଅଧରେ ଲୌହ ଦାନବ କଲା ରକ୍ତଭୋଜି

ରାଉରକେଲା/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡ଼ିଆ ହୋଇ ଆସିଥିଲେ। ହେଲେ, ଶିବାଳୟରେ ପହଞ୍ଚିବା ପୂର୍ବରୁ ଶବ ପାଲଟି ଗଲେ। ଆଉ ଲୌହ ଦାନବ କଲା ରକ୍ତ ଭୋଜି। ରାଉରକେଲାରେ ଟ୍ରେନ୍ ଧକ୍କାରେ ଅକାଳରେ ଚାଲିଗଲା ଗୋଟିଏ ପରିବାରର ୪ କାଉଡ଼ିଆଙ୍କ ଜୀବନ। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ଖେଳାଇଦେଇଛି।  ସେହିପରି ରାଜ୍ୟର ଅନ୍ୟ ୨ଟି  ସ୍ଥାନରେ  ଆଉ ୨ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରାଉରକେଲା ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ ରାୟପୁର ଭିଲାଇରୁ ଆସିଥିଲେ ଗୋଟିଏ ପରିବାରର ୭ ଜଣ ସଦସ୍ୟ।  ପାନପୋଷ ଷ୍ଟେସନରୁ ଓହ୍ଲାଇ ଗତକାଲି ରାତିରେ ବ୍ରାହ୍ମଣୀ ରେଲୱେ ବ୍ରିଜ୍‌ରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ସାମ୍ନା ପଟୁ ଏକ ଟ୍ରେନ୍ ମାଡ଼ି ଆସିଥିଲା।

ଜୀବନ ବିକଳରେ ତିନି ଜଣ ବ୍ରିଜ୍‌ ରେଲିଂକୁ ଜାବୁଡ଼ି ଧରି ପକାଇବାରୁ ନିଶ୍ଚିତ ମରଣରୁ ରକ୍ଷା ପାଇଯାଇଥିଲେ। ହେଲେ, ଅନ୍ୟ ତିନି ଜଣ, ନୀଲେଶ ଯାଦବ, ତାଙ୍କ ପତ୍ନୀ ଯମୁନା ଓ ପୁଅ ଲକିଙ୍କ ଶରୀର ଟ୍ରେନ୍ ଧକ୍କାରେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ଟ୍ରେନ୍‌ର ଧକ୍କା ଲାଗି ବ୍ରହ୍ମଣୀ ନଦୀକୁ ଖସି ପଡିଥିବା ଅନ୍ୟ ଜଣେ ସମ୍ପର୍କୀୟ ରାମ ଭରୁସଙ୍କ ମୃତଦେହକୁ ବହୁ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା।

ମୃତକମାନେ ଯାଜପୁର ଅଞ୍ଚଳରେ ରହି ଶାଢ଼ି ବ୍ୟବସାୟ କରୁଥିଲେ  ଖବର ପାଇ ସମ୍ପର୍କୀୟ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଭୁବନେଶ୍ୱର କୁଆଖାଇ ବ୍ରିଜ୍‌ରେ ବାଇକ୍ ଧକ୍କାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ କପିଳାସ ପୀଠରେ ପାହାଚରୁ ଖସି ପଡ଼ି ଅନ୍ୟ ଜଣେ କାଉଡ଼ିଆଙ୍କ ଜୀବନ ଯାଇଛି।



from OdishaReporter https://ift.tt/2w4C9VT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages