ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ ‘ଏଗ୍‌ଜାମ୍ ୱାରିୟର୍ସ୍‌’ର ଓଡ଼ିଆ ସଂସ୍କରଣ ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ ‘ଏଗ୍‌ଜାମ୍ ୱାରିୟର୍ସ୍‌’ର ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଏଗ୍‌ଜାମ୍ ୱାରିୟର୍ସ୍‌’ର ଓଡ଼ିଆ ସଂସ୍କରଣ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ଲୋକାର୍ପିତ ହୋଇଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏହାକୁ ଲୋକାର୍ପଣ କରିଛନ୍ତି।
ପୁସ୍ତକକୁ ଲୋକାର୍ପଣ କରି ରାଜ୍ୟପାଳ କହିଥିଲେ ଯେ ଜଣେ ସାଧାରଣ ପିଲା ନିଜର ଦୃଢ଼ ସଂକଳ୍ପ ଓ ଇଚ୍ଛାଶକ୍ତି ବଳରେ ସୁପରମ୍ୟାନ୍ ହୋଇପାରିବ।
ଉତ୍ସବରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ଏହି ‘ଏଗ୍‌ଜାମ୍ ୱରିୱର୍ସ୍‌’  ପୁସ୍ତକ ପରୀକ୍ଷା ଦେଉଥିବା ପିଲାମାନଙ୍କ ପାଇଁ ଅତୀବ ଉପାଦେୟ ହେବ। ଏହି ପୁସ୍ତକଟି ସରକାରୀ ସ୍କୁଲ୍‌ରେ ପାଠ ପଢ଼ୁଥିବା ଗରିବ ପରିବାରର ପିଲାଙ୍କ ପାଖରେ ପହଞ୍ଚୁ ବୋଲି ମୂଳ ପୁସ୍ତକର ଉନ୍ମୋଚନ ଦିନରୁ ହିଁ ତାଙ୍କର ଇଚ୍ଛା ଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଦେଶର ୨୫ କୋଟି ଯୁବକ କୌଣସି ନା କୌଣସି ବାଟରେ ପରୀକ୍ଷା ଦେଉଛନ୍ତି। ଏହି ପୁସ୍ତକରେ ପରୀକ୍ଷାକୁ ସାମ୍ନା କରିବା ନାଁରେ ପ୍ରଧାନମନ୍ତ୍ରୀ ଜୀବନ ଯୁଦ୍ଧକୁ ସାମ୍ନା କରିବାର ସରଳ ସୂତ୍ର ବତାଇଛନ୍ତି।  ପ୍ରଧାନମନ୍ତ୍ରୀ ନିଜ ସଂଘର୍ଷମୟ ଜୀବନର ଅନୁଭୂତିରୁ ଯେଉଁ ପରାମର୍ଶ ଏହି ପୁସ୍ତକରେ ଦେଇଛନ୍ତି, ତାହା ଯୁବପିଢ଼ିଙ୍କ ପାଇଁ ମର୍ମସ୍ପର୍ଶୀ ହେବ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ ପରୀକ୍ଷା ଦେଉଥିବା ପିଲାଙ୍କ ମନୋବଳ ଓ କୌଶଳକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଚେଷ୍ଟା ତାଙ୍କ ରାଜନୈତିକ କାମର ଅଂଶବିଶେଷ ନୁହେଁ। ବରଂ ଏହା ଭବିଷ୍ୟତ ପିଢ଼ି ଗଢ଼ିବା ପାଇଁ ଏକ ନିଷ୍ଠାପର ଉଦ୍ୟମ।
ପୁସ୍ତକର ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ, ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ରାଜ୍ୟସଭା ସାଂସଦ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


from OdishaReporter https://ift.tt/2w5oVbs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages