ଉଡ଼ିବା ବଦଳରେ ତଳେ ପଡ଼ିଗଲା ତ୍ରିରଙ୍ଗା: ଭାଇରାଲ ହେଉଛି ଅମିତ ଶାହାଙ୍କ ଭିଡିଓ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଉଡ଼ିବା ବଦଳରେ ତଳେ ପଡ଼ିଗଲା ତ୍ରିରଙ୍ଗା: ଭାଇରାଲ ହେଉଛି ଅମିତ ଶାହାଙ୍କ ଭିଡିଓ  

amit saha

ନୂଆଦିଲ୍ଲୀ : ଆଜି ସାରା ଭାରତରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ସଭାପତି ଅମିତ ଶାହା ପତାକା ଉତ୍ତୋଳନ କରିଛନ୍ତି।

ହେଲେ ଅମିତ ଶାହା ଆଜି ପତାକା ଉତ୍ତୋଳନ କରିବା ସମୟରେ ଅଡ଼ୁଆରେ ପଡ଼ିଯାଇଥିଲେ। କାରଣ ସେ ଯେତେବେଳେ ପତାକା ଉତ୍ତୋଳନ ପାଇଁ ରଶିକୁ ଟାଣିଥିଲେ ସେହି ସମୟରେ ପତାକା ଉଡ଼ିବା ବଦଳରେ ତଳେ ପଡ଼ିଯାଇଥିଲା। ଏହା ପରେ ଏହି ଭୁଲ୍‌ଟିକୁ ସଂଶୋଧନ କରିନେଇଥିଲେ। ହେଲେ ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଅମିତ୍‌ ଶାହାଙ୍କୁ ଟ୍ରୋଲ୍‌ କରିବାର ସୁଯୋଗକୁ କଂଗ୍ରେସ ମଧ୍ୟ ହାତଛଡ଼ା କରିନାହିଁ। ଏହି ଭିଡିଓଟିକି କଂଗ୍ରେସ ତାର ଟ୍ୱିଟର ପେଜରେ ପୋଷ୍ଟ କରିବା ସହିତ ଅମିତ ଶାହାଙ୍କୁ କଟାକ୍ଷ କରିଛି। ଏଥିରେ ଲେଖାଯାଇଛି ଯିଏ ଦେଶର ପତାକାକୁ ସମ୍ଭାଳି ପାରୁନି ସେ ଦେଶକୁ କେମିତି ସମ୍ଭାଳିବ।



from OdishaReporter https://ift.tt/2Bmlh34

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages