
କଟକ (ଓଡ଼ିଶା ରିପୋର୍ଟର): କେନ୍ଦୁଝର ପରେ କଟକରୁ ଆସିଛି ରାଗିଂ ଅଭିଯୋଗ। ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିବା ସଂସ୍କୃତ ବିଭାଗ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କୁ ଏମ୍ବିଏ ଦ୍ୱିତୀୟ ବର୍ଷର ଜଣେ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଛାତ୍ରଙ୍କ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଆଯାଇଛି।
ଅଭିଯୋଗରୁ ଜଣାପଡିଛି, ଏକ ନିର୍ଦ୍ଦିଷ୍ଟ ଦଳର ପ୍ରଚାର ପାଇଁ ଜଣେ ସିନିୟର ଛାତ୍ର ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହାକୁ ସଂପୃକ୍ତ ଛାତ୍ର ସୋଶାଲ୍ ମିଡିଆରେ ବିରୋଧ କରିଥିଲେ। ଘଟଣାକୁ ନେଇ ଗତକାଲି ରାତିରେ ସଂପୃକ୍ତ ଛାତ୍ରଙ୍କୁ ଅଭିଯୁକ୍ତମାନେ ହଷ୍ଟେଲ୍ରେ ପଶି ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଆଜି ଛାତ୍ର ଜଣକ ହଷ୍ଟେଲ୍ ୱାର୍ଡେନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଥାନାରେ ଏତଲା ଦେଇଛନ୍ତି। ପୁଲିସ ପୀଡ଼ିତ ଛାତ୍ରଙ୍କ ଡାକ୍ତରୀ ମାଇନା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।
ଏନେଇ ରେଭେନ୍ସା କର୍ତ୍ତୃପକ୍ଷ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।
from OdishaReporter https://ift.tt/2Mp9eWO
No comments:
Post a Comment