ହିଟ୍‌ ହେଲା ଉଦିତ୍‌ ନାରାୟଣଙ୍କ କଣ୍ଠରେ ଓଡ଼ିଆ ଗୀତ “ହାଏ ତୋ ପ୍ରେମର ରଙ୍ଗୋଲି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ହିଟ୍‌ ହେଲା ଉଦିତ୍‌ ନାରାୟଣଙ୍କ କଣ୍ଠରେ ଓଡ଼ିଆ ଗୀତ “ହାଏ ତୋ ପ୍ରେମର ରଙ୍ଗୋଲି”

udit

ଭୁବନେଶ୍ୱର(ଓଡିଶା ରିପୋର୍ଟର): “ହାଏ ତୋ ପ୍ରେମର ରଙ୍ଗୋଲି, ରାତିରେ କଲା ଦିୱାଲି” ଉଦିତ୍‌ ନାରାୟଣଙ୍କ କଣ୍ଠରେ ସଜେଇ ହୋଇଥିବା ଏହି ଗୀତଟି ଏବେ ହିଟ୍‌ ହୋଇଛି। ‘ବ୍ଳାକ୍‌ମେଲ୍‌’ ଫିଲ୍ମର ଏହି ଗୀତଟିକୁ  ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣ ଏବଂ ଦିପ୍ତୀରେଖା ଗାଇଛନ୍ତି। ଗୀତଟି ରିଲିଜ୍‌ ହେବା ପରେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଗୀତକୁ ୧କୋଟି ୯୦ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଗୀତଟିକୁ ବସନ୍ତ ରାଜ୍‌ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ।

ଉଦିତ୍‌ ନାରାୟଣଙ୍କ ସହ ଓଲିଉଡ୍‌ର ସମ୍ପର୍କ ପୂରୁଣା

ପୂର୍ବରୁ ଉଦିତ୍‌ ନାରାୟଣ ଓଲିଉଡ୍‌କୁ ଅନେକ ହିଟ୍‌ ଗୀତ ଦେଇଛନ୍ତି। କେବଳ ଫିଲ୍ମ ନୁହେଁ ଆଲ୍‌ବମ୍‌ରେ ମଧ୍ୟ ସେ ତାଙ୍କ ସ୍ୱରର ଯାଦୁକୁ ବିଛାଇବାରେ ସଫଳ ହୋଇଛନ୍ତି।

ତରଙ୍ଗ ସିନେପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣାଧୀନ ଫିଲ୍ମ ‘ବ୍ଲାକ୍‌ମେଲ୍‌’ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ ଏବଂ ଅଭିନେତ୍ରୀ ତମନ୍ନା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିକନ୍ଦ ସାହୁ। ଫିଲ୍ମଟି ଏକ ଲଭ୍‌ ସସ୍‌ପେନ୍ସ ଷ୍ଟୋରୀ ଉପରେ ଆଧାରିତ।



from OdishaReporter https://ift.tt/2OECI1f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages