
ନୂଆଦିଲ୍ଲୀ: ସୋଶାଲ୍ ମଡିଆରେ ଦିନକୁ ଦିନ ଗୁଜବ ପ୍ରଚାର ହେବାରୁ ଦେଶରେ ହିଂସାର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହି ସୋଶାଲ୍ ମିଡିଆ ଗୁଜବ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ‘ସୋଶାଲ୍ ମଡିଆ ହବ୍’ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ଏଭଳି ସୋଶାଲ୍ ମିଡିଆ ହବ୍ ଦ୍ୱାରା ଲୋକଙ୍କ ବ୍ୟକ୍ତିଗତ ଅଧିକାର କ୍ଷୁଣ୍ଣ ହେବ ଏବଂ କେନ୍ଦ୍ର ସରକାର ଗୁଇନ୍ଦାଗିରି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।
ଏହି ଅଭିଯୋଗ ପରେ ଆଜି କେନ୍ଦ୍ର ସରକାର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି।
ନିଷ୍ପତ୍ତି ପ୍ରତ୍ୟାହାର ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳକ କଂଗ୍ରେସର ବିଧାୟକ ମହୁଆ ମୈତ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ବିଭିନ୍ନ ପ୍ରସଙ୍ଗରେ ସୋଶାଲ୍ ମଡିଆରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ଉପରେ ରୋକ ଲଗାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଶ୍ରୀମତୀ ମୈତ୍ରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି କେନ୍ଦ୍ରକୁ ଜବାବ ତଲବ କରିଥିଲେ।
ଆଜି ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ୍ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲକରଙ୍କ ଖଣ୍ତପୀଠ ନିକଟରେ ହାଜର ହୋଇ ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିନେଇଥିବା କହିଛନ୍ତି।
from OdishaReporter https://ift.tt/2MikSPR
No comments:
Post a Comment