ଶଟ୍‌ପୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ, ତେଜିନ୍ଦର ଭାଙ୍ଗିଲେ ଜାତୀୟ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଶଟ୍‌ପୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ, ତେଜିନ୍ଦର ଭାଙ୍ଗିଲେ ଜାତୀୟ ରେକର୍ଡ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସର ୭ମ ଦିନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଶଟ୍‌ପୁଟ୍‌ରେ ମିଳିଛି। ଭାରତର ତେଜିନ୍ଦରପାଲ ସିଂହ ତୂର ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ତାଙ୍କ ୫ମ ସୁଯୋଗରେ ୨୦.୭୫ ମିଟର ଦୂରତାକୁ ଶଟ୍‌ପୁଟ୍‌ ଫିଙ୍ଗି ଏସିଆନ୍‌ ଗେମ୍ସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏଥିସହ ତେଜିନ୍ଦର ଜାତୀୟ ରେକର୍ଡ(୨୦.୬୯)କୁ ମଧ୍ୟ ଭାଙ୍ଗିଦେଇଛନ୍ତି।

ଚୀନ୍‌ର ୟାଙ୍ଗ ଲୁ ତୃତୀୟ ସୁଯୋଗରେ ୧୯.୫୨ ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୧୯.୪୦ ଦୂରତକୁ ଶଟ୍‌ପୁଟ୍‌ ଫିଙ୍ଗି କାଜାଖସ୍ତାନର ଇଭାନ ଇଭାନୋଭ ତୃତୀୟ ସ୍ଥାନରେ ରହିଛନ୍ତି।

ତେଜିନ୍ଦରପାଲ ସିଂହ ତୂର ଏସିଆ ମହାଦେଶର ଶୀର୍ଷ ରାଙ୍କର ଖେଳାଳି। ସେ ପ୍ରଥମ ସୁଯୋଗରେ ୧୯.୯୬ ମିଟର ଓ ଦ୍ୱିତୀୟ ସୁଯୋଗରେ ୧୯.୧୫ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗିଥିଲେ। ତୃତୀୟ ସୁଯୋଗରେ ବିଫଳ ହୋଇଥିବା ତେଜିନ୍ଦର ୪ର୍ଥ ସୁଯୋଗରେ ୧୯.୯୬ ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗି ନିଜର ଦବଦବା ପ୍ରଦର୍ଶନ କରିଥିଲେ। ଏହାର ପରବର୍ତ୍ତୀ ସୁଯୋଗରେ ହିଁ ସେ ଏସିଆନ୍‌ ଗେମ୍ସ ଓ ଜାତୀୟ ରେକର୍ଡ ଭାଙ୍ଗି ଦେଇଥିଲେ।

୨୦୧୭ରେ ଓଡ଼ିଶାର ଭୁବନେଶ୍ୱରଠାରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନଶିପ୍‌ରେ ତେଜିନ୍ଦର ରୌପ୍ୟ ପଦକ ଜିତିଥିଲେ।

ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୨୯ରେ ପହଞ୍ଚିଛି। ଏଥିରେ ୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୭ଟି ବ୍ରୋଞ୍ଜ ପଦକ ରହିଛି।



from Odisha Reporter https://ift.tt/2wadArG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages