ନିର୍ବାଚନ ପାଣ୍ଠି ସଂଗ୍ରହ ଚିନ୍ତା: ଏଣିକି ଦେଶୀ-ବିଦେଶୀ ମଦରେ ଭାସିବ ଓଡ଼ିଶା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ନିର୍ବାଚନ ପାଣ୍ଠି ସଂଗ୍ରହ ଚିନ୍ତା: ଏଣିକି ଦେଶୀ-ବିଦେଶୀ ମଦରେ ଭାସିବ ଓଡ଼ିଶା!

ଭୁବନେଶ୍ୱର (ପ୍ରକାଶ ସେଠୀ): ସମଗ୍ର ଦେଶରେ ମଦ ବିକ୍ରି ଉପରେ କଟକଣା ନିମନ୍ତେ ପ୍ରୟାସ ଜାରି ରହିଥିବାବେଳେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବେ ରାଜ୍ୟରେ ‘ମଦର ବନ୍ୟା’ ସୃଷ୍ଟ କରିବାର ଆଶଙ୍କା ଦେଖାଦେଇଛି ।

ଅବକାରୀ ବିଭାଗର ବିଜ୍ଞପ୍ତି ଅନୁସାରେ, ଆଇଏମଏଫଏଲ ଓ ଦେଶୀ ମଦ ବିକ୍ରି ଏବଂ ପ୍ରସ୍ତୁତି ପାଇଁ ଲାଇସେନ୍ସ ପ୍ରଦାନ କ୍ଷମତା ଜିଲ୍ଲାପାଳଙ୍କୁ ନ୍ୟସ୍ତ କରାଯାଇଛି। ସେହିପରି ବିଦେଶୀ ମଦ ବିକ୍ରି ପାଇଁ ଲାଇସେନ୍ସ ମଧ୍ୟ ଜିଲ୍ଲାପାଳମାନେ ଦେବେ। ପୂର୍ବରୁ ଏହି ଲାଇସେନ୍ସ ପ୍ରଦାନ କ୍ଷମତା ଅବକାରୀ କମିଶନର୍ ଓ ସରକାରଙ୍କ ନିକଟରେ ରହିଥିଲା।

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ତୀବ୍ର ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ୨୦୦୦ ମସିହାରେ ମଦରୁ ୧.୩୫କୋଟି ଟଙ୍କାର ରାଜସ୍ୱ ମିଳୁଥିବାବେଳେ ଏବେ ୩୩୦୦କୋଟି ଟଙ୍କାର ରାଜସ୍ୱ ମିଳୁଛି। ଜିଲ୍ଲାପାଳମାନଙ୍କୁ ଏସବୁ କ୍ଷମତା ମିଳିବା ପରେ ଏଣିକି ଗାଁ ଗାଁରେ ମଦ ଦୋକାନ ଖୋଲିବ। ବିଷାକ୍ତ ମଦ ପ୍ରସ୍ତୁତି ପରିମାଣ ବଢ଼ିବ ଓ ଲୋକମାନେ ଏସବୁ ପିଇ ପୋକମାଛି ପରି ମରିବେ। ଏହାଠୁ ବଡ଼ ଦୁର୍ଭାଗ୍ୟର କଥା ଆଉ କ’ଣ ହୋଇପାରେ?

ସେହିପରି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ସରକାରଙ୍କ ଏଭଳି ନିଷ୍ପତ୍ତି କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି। ମଦ ଦୋକାନଟିଏ ଖୋଲିବା ପାଇଁ ତିନିସ୍ତରରେ ଯାଞ୍ଚର ସୁବିଧା ରହିଛି। ଜିଲ୍ଲାପାଳ ରିପୋର୍ଟ ପଠାଇବା ପରେ ତାହା ଅବକାରୀ କମିଶନର ଓ ପରେ ଅବକାରୀ ମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଲୋକମାନେ ବି ମଦ ଦୋକାନ ଖୋଲା ନିଷ୍ପତ୍ତିକୁ ବିରୋଧ କରିବାର ଯଥେଷ୍ଟ ସୁଯୋଗ ପାଇଥାନ୍ତି।

“ଏବେ ଜିଲ୍ଲାପାଳଙ୍କୁ କ୍ଷମତା ମିଳିବା ପରେ ମଦ ଦୋକାନ ଖୋଲିବା ଓ ମଦ ପ୍ରସ୍ତୁତି କରିବା ଦାୟିତ୍ୱ ବାସ୍ତବରେ ଅବକାରୀ ଏସପିମାନଙ୍କୁ ମିଳିବ। କାରଣ ଜିଲ୍ଲାପାଳମାନେ କାର୍ଯ୍ୟଚାପରେ ରହୁଥିବାରୁ ସେମାନଙ୍କୁ ଜିଲ୍ଲା ଅବକାରୀ ଏସପିଙ୍କ ଉପରେ ହିଁ ନିର୍ଭରଶୀଳ ହେବାକୁ ପଡ଼ିବ। ଆଉ ଏହି ଅବକାରୀ ଏସପିମାନେ କିଭଳି କାର୍ଯ୍ୟ କରନ୍ତି ତାହା ସମସ୍ତେ ଜାଣନ୍ତି”, ବୋଲି ଉକ୍ତ ଅଧିକାରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଅବକାରୀ ବିଭାଗର ମନ୍ତ୍ରୀ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବାରୁ ମୋଟା ଅଙ୍କର ଅର୍ଥ ତାଙ୍କ ତହବିଲକୁ ଚାଲିଯାଉଥିଲା। ଆଗକୁ ନିର୍ବାଚନ ଥିବାରୁ ଅବକାରୀ ଏସପିମାନଙ୍କ ମାଧ୍ୟମରେ ସିଧାସଳଖ ପାଣ୍ଠି ସଂଗ୍ରହ କରିବାକୁ ସରକାର ଗଳାବାଟ ବାହାର କରିଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ଓଡ଼ିଶା ଭଳି ରାଜ୍ୟରେ ମଦୁଆଙ୍କ ସଂଖ୍ୟା ବୃଦ୍ଧି, ବିଷାକ୍ତ ମଦ ମୃତ୍ୟୁ ଓ ମଦର ପ୍ରସାର କରାଇବାର ମାର୍ଗକୁ ପ୍ରଶସ୍ତ କରିବ। ଯାହା ଅତ୍ୟନ୍ତ ଦୁଃଖଦାୟକ। ସରକାର ଏଭଳି ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ୍ ବୋଲି ସମ୍ପୃକ୍ତ ବରିଷ୍ଠ ଅଧିକାରୀ କ୍ଷୋଭର ସହ କହିଛନ୍ତି।



from Odisha Reporter https://ift.tt/2MMKZlG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages