୨୦ଟି ଗାଈ ଉପରେ ମାଡ଼ିଗଲା ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

୨୦ଟି ଗାଈ ଉପରେ ମାଡ଼ିଗଲା ଟ୍ରେନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରେନ୍‌ ମାଡ଼ିଯିବାରୁ ପ୍ରାୟ ୨୦ଟି ଗାଈଙ୍କର ମୃତ୍ୟୁ ଘଟିଛି।  ଉତ୍ତର-ପଶ୍ଚିମ ଦିଲ୍ଲୀର କାଲ୍‌କା-ଶତାବ୍ଦୀ ଏକ୍ସପ୍ରେସ୍‌ ଧକ୍କାରେ ଏମିତି ଏକ ପରିଣତି ଦେଖିବାକୁ ମିଳିଛି। ତେବେ ଏହି ଘଟଣା ପରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ଥିଲା।

ଉତ୍ତର-ପଶ୍ଚିମ ରେଲୱେ ଅନୁଯାୟୀ,  ହୋଲାମ୍ବି କାଲାନ ଏବଂ ନରେଲା ମଧ୍ୟସ୍ଥ ରେଲୱେ ଲାଇନ୍‌ରେ ଗାଈଗୋଠ ପାର ହେଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି।  ଏକ୍ସପ୍ରେସ୍‌ଟି ଫୁଲ ସ୍ପିଡ୍‌ରେ ଥିଲା ବେଳେ ଆଜି ଭୋର୍‌ରୁ ୫.୪୪ରେ ଏହି ଦୁର୍ଘଟଣା ଘଟି ପ୍ରାୟ ୨୦ଟି ଗାଈଙ୍କ ମୃତ୍ୟୁ ଘଟିଥିଲା।  ତେବେ ଏଥିରେ ଯାତ୍ରୀମାନଙ୍କର କିଛି ହୋଇ ନ ଥିବା ସୂଚନା ମିଳିଛି। ହେଲେ ରେଲୱେ ଟ୍ରାକ୍‌ରେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ସାମ୍ନାପଟେ ହଠାତ୍‌ ଗାଈ ଗୋଠକୁ  ଦେଖି ଟ୍ରେନ୍‌ ଡ୍ରାଇଭର ଏମର୍ଜେନ୍ସି ବ୍ରେକ୍‌ ଲଗାଇଥିଲେ ମଧ୍ୟ ଟ୍ରେନ୍‌ର ବେଗ ଅଧିକ ଥିବାରୁ ନିୟନ୍ତ୍ରଣ ହୋଇ ନଥିଲା। ଫଳରେ ଗାଈ ଗୁଡ଼ିକର ମୃତ୍ୟୁ ଘଟିଥିଲା।



from OdishaReporter https://ift.tt/2M77gLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages