ପର୍ସରେ ଏସବୁ ଜିନିଷ ରଖୁଛନ୍ତି କି ? ପଡ଼ିପାରେ ‘ରାହୁ’ଙ୍କ କୋପ ଦୃଷ୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ପର୍ସରେ ଏସବୁ ଜିନିଷ ରଖୁଛନ୍ତି କି ? ପଡ଼ିପାରେ ‘ରାହୁ’ଙ୍କ କୋପ ଦୃଷ୍ଟି

purse

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯେତେ ରୋଜଗାର କଲେ ମଧ୍ୟ ଅର୍ଥାଭାବ ଲାଗି ରହୁଛି। ମାସ ଶେଷକୁ ପର୍ସ ଖାଲି। ସାଙ୍ଗସାଥୀଙ୍କ ପାଖରୁ ଉଧାର କରିବାକୁ ପଡ଼ୁଛି। ଏହାକୁ ନେଇ ସବୁବେଳେ ଚିନ୍ତିତ ରହୁଛନ୍ତି। ଯଦି ଏପରି ସମସ୍ୟାରେ ପଡ଼ୁଛନ୍ତି ତେବେ ଏହାର କାରଣ ପର୍ସ ହୋଇପାରେ। ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ପର୍ସ ଭିତରେ ରଖିଲେ ଆର୍ଥିକ ସମସ୍ୟା ଲାଗି ରହେ ଓ ରାହୁର ପ୍ରଭାବ ବଢ଼ିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।  ତେବେ ଜାଣି ନିଅନ୍ତୁ କେଉଁ ଜିନିଷଗୁଡ଼ିକୁ ପର୍ସରେ ରଖିଲେ ରାହୁ ପ୍ରଭାବ ପଡ଼ିଥାଏ।

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପର୍ସରେ ରଦି କାଗଜ ରଖିଲେ ରାହୁର ପ୍ରଭାବ ପଡ଼ିଥାଏ।  ପାଖରେ ଟଙ୍କାଟିଏ ବି ରହେ ନାହିଁ।

୨. ଅନେକ ଲୋକ ପ୍ୟାଣ୍ଟ ପଛ ପକେଟ୍‌ରେ ପର୍ସ ରଖିଥାନ୍ତି। ଏହା ରଖିବା ଉଚିତ୍‌ ନୁହେଁ। ଏହା କଲେ ଧନର ଦେବୀ ମହାଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ସବୁବେଳେ ଅଭାବ ଅନାଟନ ଲାଗି ରହିଥାଏ।

୩. ଫଟା ଓ ପୁରୁଣା ପର୍ସ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଶନି ଦେବଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ। ଏହାଦ୍ୱାରା ଅଯଥା ଖର୍ଚ୍ଚାନ୍ତ ହେବେ।

୪. ପର୍ସରେ କୌଣସି ମୃତବ୍ୟକ୍ତିଙ୍କ ଫଟୋ ରଖନ୍ତୁ ନାହିଁ। ଏହା ଆଦୌ ଶୁଭ ନୁହେଁ ବୋଲି ଶାସ୍ତ୍ରରେ କୁହାଯାଇଛି। ଏହାଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ।

୫. ପର୍ସରେ ନୋଟ୍‌ ସହିତ ଲଗାଇ କୌଣସି ଟିକେଟ୍ ରଖନ୍ତୁ ନାହିଁ। ଏହା ବିବାଦୀୟ ସ୍ଥିତି ସୃଷ୍ଟି ହେବାର କାରଣ ହୋଇପାରେ।



from OdishaReporter https://ift.tt/2vHYNDm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages