
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଘରୁ ବାହାରିବା ସମୟରେ ଦିନଟି ଭଲରେ କଟୁ। ଏହି ଆଶା ସମସ୍ତଙ୍କର ଥାଏ। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଆପଣ କିଛି ନିର୍ଦ୍ଦିଷ୍ଟ ନୀତିନିୟମ ମାନି ଘରୁ ଯାତ୍ରା କରିବେ ତେବେ ଆପଣଙ୍କୁ ସଫଳ ମିଳିପାରେ। ତେବେ ଆସନ୍ତୁ ସେ ସବୁ କିଛି ନୀତିନିୟମ ବିଷୟରେ ଜାଣିବା । ଯଦି କିଛି ଭଲ କାମ ପାଇଁ ଘରୁ ବାହାରୁଛନ୍ତି ତେବେ ସର୍ବ ପ୍ରଥମେ ନିଜ ଇଷ୍ଟ ଦେବୀଙ୍କୁ ସନ୍ତୁଷ୍ଟ କରନ୍ତୁ। କାହିଁକିନା କଥାରେ ଅଛି ଭଗବାନଙ୍କ ଆଶୀର୍ବାଦ ବିନା କୌଣସି କାମ ସଫଳ ହୁଏ ନାହିଁ। ତେଣୁ ଶୁଭକାମ ପାଇଁ ଭଗବାନଙ୍କୁ ଆଶୀର୍ବାଦ ନେଇ ଯାଆନ୍ତୁ। ଘରୁ ବାହାରିଲା ବେଳେ ମନରେ ସକାରାତ୍ମକ ମନୋଭାବନା ରଖନ୍ତୁ। ଏମିତି କରିବା ଦ୍ୱାରା କାମରେ ସଫଳତା ମିଳିଥାଏ।
– ସେହିପରି ଘରୁ ବାହାରିବା ପୂର୍ବରୁ ନିଜ ଗୋଡ଼ ଓ ହାତ ପ୍ରଥମେ ବାହାରକୁ ବହାର କରି ସିଧା ପ୍ରସାରଣ କରନ୍ତୁ। କୁହାଯାଏ କି ଏମିତି କରିବା ଦ୍ୱାରା ଶୁଭ ସଙ୍କେତ ମିଳିଥାଏ।
-ଘରୁ ବାହାରିବା ସମୟରେ କାହାରି ନିନ୍ଦା କରିବା ଉଚିତ୍ ନୁହେଁ। ନଚେତ ସଫଳ ହେବାକୁ ଥିବା କାମ ବିଗିଡ଼ିଯିବ।
– ଘରୁ ବାହାରିବା ସମୟରେ ଦହି କିମ୍ବା ଗୁଡ଼ ଖାଇ ଘରୁ ବାହାରକୁ ବହାରନ୍ତୁ, ଶୁଭ ଫଳ ପ୍ରାପ୍ତି ହୋଇଥାଏ।
-ଖାଲି ପେଟ ଅର୍ଥାତ୍ କିଛି ଖାଦ୍ୟ ନ ଖାଇ ବାହାରକୁ ବାହାରିବା ଉଚିତ୍ ନୁହେଁ। ନଚେତ୍ ହେବାକୁ ଥିବା କାମ ବିଗିଡ଼ିଯାଏ।
-ଘରୁ ବାହାରିବା ପୂର୍ବରୁ ବାପା ମା’ ଓ ଆପଣଯେଉଁଠି ରହୁଛନ୍ତି ସେଠାରେ ଥିବା ଦେବତାଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ। ଏମମିତି କରିବା ଦ୍ୱାରା ଦିନ ଭଲରେ କଟିବା ସହ କାମରେ ସୁଫଳ ମିଳିଥାଏ।
from OdishaReporter https://ift.tt/2LY32Wx
No comments:
Post a Comment