ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଇମ୍ରାନ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ୍‌ ଖାନ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଆଜି ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲି ଇମ୍ରାନ୍‌ ଖାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛି।

ଆସନ୍ତାକାଲି ଇମ୍ରାନ୍‌ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଶପଥ ପାଠ ଉତ୍ସବରେ ସାମିଲ ହେବା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ପଞ୍ଜାବ ସରକାରଙ୍କ ମନ୍ତ୍ରୀ ନଭଜୋତ୍‌ ସିଂହ ସିଦ୍ଧୁ ଆଜି ପାକିସ୍ତାନରେ ପହଞ୍ଚିଛନ୍ତି। ୱାଘା ବର୍ଡର ଦେଇ ସେ ଲାହୋରରେ ପହଞ୍ଚିଛନ୍ତି। ଏଠାରୁ ସିଦ୍ଧୁ ଇସ୍‌ଲାମାବାଦ ଯାଇ ଇମ୍ରାନ୍‌ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବେ।

ଜୁଲାଇ ୨୫ରେ ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ତେହେରିକ୍-ଏ-ଇନ୍‌ସାଫ୍‌ ସର୍ବବୃହତ ଦଳ ହୋଇଥିଲା। ତେବେ ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଇମ୍ରାନ୍‌ ସଂଗ୍ରହ କରିପାରି ନଥିଲେ। ଫଳରେ ସେ ସରକାର ଗଠନ କରିପାରିବେ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

ଆଜି ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲିରେ ଇମ୍ରାନ୍‌ ଖାନ୍‌ଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଥିଲା ଏବଂ ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି। ଇମ୍ରାନ୍‌ଙ୍କ ଦଳକୁ ୧୭୬ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କ ମୁସଲିମ୍‌-ଇ-ଲିଗ୍‌-ଏନ୍‌(ପିଏମ୍‌ଏଲ୍‌ଏନ୍‌)କୁ ମାତ୍ର ୯୬ଟି ଭୋଟ୍‌ ମିଳିଥିଲା।

ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପିଏମ୍‌ଏଲ୍‌ଏନ୍‌ର ସାଂସଦମାନେ ଏହାକୁ ବିରୋଧ କରି ହୋ-ହଲ୍ଲା କରିଥିଲେ।

ନିର୍ବାଚନରେ ତୃତୀୟ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଥିବା ପିପିପି ଶେଷ ମୂହୂର୍ତ୍ତରେ ପିଏମ୍‌ଏଲ୍‌-ଏନ୍‌ଠାରୁ ସମର୍ଥନ ପ୍ରତ୍ୟାହାର କରିବା ସହ ଆଜିଂ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲା। ଏମ୍‌ଏଏମ୍‌ର ଜଣେ ସାଂସଦ ମଧ୍ୟ ଆଜି ଭୋଟ୍‌ ଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲେ।



from Odisha Reporter https://ift.tt/2MqwWSL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages