ଏସିଆନ୍‌ ଗେମ୍ସ୍: ଭାରତୀୟ ଆଥ୍‌ଲେଟ୍‌ଙ୍କୁ ଏଯାଏ ମିଳିନି ଦୈନିକ ଭତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଏସିଆନ୍‌ ଗେମ୍ସ୍: ଭାରତୀୟ ଆଥ୍‌ଲେଟ୍‌ଙ୍କୁ ଏଯାଏ ମିଳିନି ଦୈନିକ ଭତ୍ତା

ଜାକର୍ତ୍ତା(ଓଡ଼ିଶା ରିପୋର୍ଟର୍‌): ଏସିଆନ୍ ଗେମ୍ସ୍‌ର ଅଷ୍ଟାଦଶ ସଂସ୍କରଣରେ ଭାଗ ନେବା ପାଇଁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଓ ପଡ଼ୋଶୀ ସହର ପାଲେମ୍‌ବାଙ୍ଗ୍‌ରେ ରହୁଥିବା ଭାରତୀୟ ଆଥ୍‌ଲେଟ୍‌ମାନଙ୍କୁ ସେମାନଙ୍କ ଦୈନିକ ଭତ୍ତା ଏଯାଏ ମିଳିନାହିଁ।

ଦୈନିକ ଖର୍ଚ୍ଚ ପାଇଁ ଦିଆଯାଉଥିବା ଟଙ୍କା ବକେୟା ଭାବେ ଗଡ଼ି ଚାଲିଥିବାବେଳେ ଏହା ମଧ୍ୟରେ ଭାରତୀୟ ଶୁଟିଂ ଓ ଟେନିସ୍ ଦଳ ଏସିଆନ୍ ଗେମ୍ସ୍‌ରେ ସେମାନଙ୍କ ଅଭିଯାନ ପ୍ରାୟ ଶେଷ କରିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଡୋନେସିଆ ଯାଇଥିବା ଦେଶର ଆଥ୍‌ଲେଟ୍‌ମାନଙ୍କୁ ଦୈନିକ ଭତ୍ତା ଦେବା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ ପକ୍ଷରୁ ଫରେକ୍ସ ଆକାଉଣ୍ଟ୍‌ସ କାର୍ଡ ଦିଆଯାଇଛି। କିନ୍ତୁ ଏଯାଏ ଏହିସବୁ ଆକାଉଣ୍ଟ୍‌ସ୍‌ରେ ଟଙ୍କାଟିଏ ସୁଦ୍ଧା ପୈଠ ହୋଇନାହିଁ।

ଇଣ୍ଡୋନେସିଆ ଯାଇଥିବା ଭାରତୀୟ ଦଳର ଡେପୁଟି ଚିଫ୍ ଡି’ ମିଶନ ବିଏସ୍ ଖୁଶୱା ଏ ସମ୍ପର୍କରେ କହିଛନ୍ତି ଯେ ସେ ଆଥ୍‌ଲେଟ୍‌ମାନଙ୍କୁ ଫରେକ୍ସ କାର୍ଡ ଦେଇ ସାରିଛନ୍ତି ଏବଂ ଏନେଇ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌କୁ ମଧ୍ୟ ଆବଶ୍ୟକ ସୂଚନା ଦେଇଛନ୍ତି।

କେତେକ ଆଥ୍‌ଲେଟ୍‌ଙ୍କ ଫରେକ୍ସ କାର୍ଡ ଆକ୍ଟିଭେଟ୍‌ ହୋଇ ସାରିଥିବାବେଳେ ଆଉ କେତେକଙ୍କର ଦୁଇ ତିନି ଦିନ ମଧ୍ୟରେ ଆକ୍ଟିଭେଟ୍‌ ହେବ ବୋଲି ଆଶା କରାଯାଉଛି। ଦସ୍ତଖତରେ କିଛି ସମସ୍ୟା କାରଣରୁ କାର୍ଡ ଆକ୍ଟିଭେଟ୍‌ରେ ବିଳମ୍ବ ହୋଇଥିବା ବୋଲି ଖୁଶୱା କହିଛନ୍ତି।ତେବେ କାର୍ଡ ଆକ୍ଚିଭେଟ୍ ହୋଇଯିବା ପରେ ଆଥ୍‌ଲେଟ୍‌ମାନେ ସେମାନଙ୍କ ସମସ୍ତ ଭତ୍ତା ପାଇଯିବେ ବୋଲି ସେ କହିଛନ୍ତି।

ତେବେ ଆକ୍ଟିଭେଟ୍ ହୋଇଥିବା କାର୍ଡରେ ୫୦ ଡଲାର ଲେଖାଏ ଦୈନିକ ଭତ୍ତା ଟଙ୍କା ପୈଠ ହୋଇ ନଥିବା ସମ୍ପର୍କରେ ଖୁଶୱା କହିଛନ୍ତି ଯେ ଏସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ, ରବିବାର ସୁଦ୍ଧା ଭାରତୀୟ ଆଥ୍‌ଲେଟ୍‌ ଟିମ୍ ଏସିଆନ୍ ଗେମ୍ସ୍‌ରେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୨୦ ବ୍ରୋଞ୍ଜ ସହ ସମୁଦାୟ ୩୬ ପଦକ ପାଇଛନ୍ତି।



from Odisha Reporter https://ift.tt/2MTJQc6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages