ଟେଷ୍ଟ୍‌, ଦିନିକିଆ ନା ଟି-ଟ୍ୱେଣ୍ଟି: କେଉଁ ଫର୍ମାଟ୍‌କୁ କୋହଲି ଅଧିକ ପସନ୍ଦ କରନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଟେଷ୍ଟ୍‌, ଦିନିକିଆ ନା ଟି-ଟ୍ୱେଣ୍ଟି: କେଉଁ ଫର୍ମାଟ୍‌କୁ କୋହଲି ଅଧିକ ପସନ୍ଦ କରନ୍ତି?

virat

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ଫର୍ମାଟ୍‌ ଆସିବା ପରେ ଟେଷ୍ଟ୍‌ କ୍ରିକେଟ୍‌ର ଲୋକପ୍ରିୟତା କମୁଥିବା ଅଭିଯୋଗ ହେଉଛି। ହେଲେ ଜାଣିଛନ୍ତି, ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ୍‌ କୋହଲିଙ୍କୁ କେଉଁ ଫର୍ମାଟ୍‌ ସବୁଠାରୁ ଅଧିକ ପସନ୍ଦ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, କୋହଲି ଟେଷ୍ଟ୍‌ କ୍ରିକେଟ୍‌କୁ ଅଧିକ ପସନ୍ଦ କରନ୍ତି।

କୋହଲି କହିଛନ୍ତି,“ଏହା ବହୁତ ସୁନ୍ଦର ଫର୍ମାଟ୍‌। ଏହି ଫର୍ମାଟ୍‌କୁ ମୁଁ ଅଧିକ ପସନ୍ଦ କରେ। ଏହା କ୍ରିକେଟ୍‌ର ସବୁଠାରୁ ଭଲ ଫର୍ମାଟ୍‌। ଟେଷ୍ଟ୍‌ ମ୍ୟାଚ୍‌ ଦେଖିବାକୁ ମଧ୍ୟ ମୁଁ ବହୁତ ଭଲପାଏ।”

ସେ ଆହୁରି କହିଛନ୍ତି, “୫ ଦିନର ଏହି ଖେଳରେ ପ୍ରତିପକ୍ଷ ଟିମ୍‌ ବିରୋଧରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ଭରପୂର ସୁଯୋଗ ମିଳେ। ମୁଁ ନିଶ୍ଚିତ ଯେ, ସବୁ କ୍ରିକେଟ୍‌ ଖେଳାଳିଙ୍କ ପସନ୍ଦ ଟେଷ୍ଟ୍‌ ମ୍ୟାଚ୍‌ ହିଁ ହୋଇଥିବ।”

କେବଳ କୋହଲି ନୁହନ୍ତି, ଇଂଲଣ୍ଡ ଟିମ୍‌ର ଅଧିନାୟକ ଜୋ.ରୁଟ୍‌ ମଧ୍ୟ ଟେଷ୍ଟ୍ ମ୍ୟାଚ୍‌କୁ ପସନ୍ଦ କରନ୍ତି। ସେ କହିଛନ୍ତି, “ଯିଏ କହୁଛି ଟେଷ୍ଟ୍‌ କ୍ରିକେଟ୍‌ ମରିଗଲାଣି, ସେ ମ୍ୟାଚ୍‌କୁ ରିପିଟ୍‌ କରି ଦେଖିବାର ଆବଶ୍ୟକତା ରହିଛି।”



from OdishaReporter https://ift.tt/2KvtBwz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages