ଅଢ଼େଇ ବର୍ଷ ଶିଶୁର ତଣ୍ଟିରେ ପଶିଗଲା ତାୱା ବେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ଅଢ଼େଇ ବର୍ଷ ଶିଶୁର ତଣ୍ଟିରେ ପଶିଗଲା ତାୱା ବେଣ୍ଟ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଖେଳୁ ଖେଳୁ ଅଢ଼େଇ ବର୍ଷର ଶିଶୁର ତଣ୍ଟିରେ ପଶି ଗଲା ତାୱାର ବେଣ୍ଟ। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା କିମିରା ବ୍ଲକ୍‌ର ପତ୍ରାପଲିରେ।

ସୂଚନା ଅନୁସାରେ, ଅଢ଼େଇ ବର୍ଷର ଅମିତ ଗୁରୁ ପତ୍ରାପଲିରେ ଥିବା ତାଙ୍କ ମାମୁଁ ଘରକୁ ଯାଇଥିଲେ। ସେଠାରେ ସେ ଏକ ତାୱା ଧରି ଖେଳୁଥିଲେ। ଖେଳିବା ବେଳେ କୌଣସି ପ୍ରକାର ତାୱାର ବେଣ୍ଟ ତାଙ୍କ ତଣ୍ଟିରେ ପଶି ଯାଇଥିଲା।

ଘର ଲୋକେ ଏହାକୁ ତାଙ୍କ ତଣ୍ଟିରୁ କାଢ଼ି ପାରି ନଥିଲେ। ସେମାନେ ଅମିତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ମଧ୍ୟ କାଢ଼ି ପାରି ନଥିଲେ। ତେଣୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅମିତଙ୍କ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ବିନା ଅସ୍ତ୍ରୋପଚାରରେ ତାଙ୍କ ତଣ୍ଟିରୁ ତାୱା ବେଣ୍ଟକୁ କଢ଼ାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।

 

 



from OdishaReporter https://ift.tt/2AFSvd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages