
ନୂଆଦିଲ୍ଲୀ: ଚୀନ୍ରେ ଭାରତୀୟ ନୋଟ୍ ଛପା ଯାଉଥିବା ଖବରର କୌଣସି ଆଧାର ନାହିଁ। ଏପରି ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର।
ଭାରତୀୟ ନୋଟ୍ କେବଳ ଭାରତ ସରକାରଙ୍କ ଅଧୀନରେ ଥିବା ୩ଟି ପ୍ରିଣ୍ଟିଙ୍ଗ୍ ପ୍ରେସ୍ରେ ଛପା ଯାଇଥାଏ ସରକାର କହିଛନ୍ତି।
ଚୀନ୍ରେ ଭାରତୀୟ ନୋଟ୍ ଛପା ଯାଉଛି ବୋଲି ସୋମବାର ହଂକଂର ଏକ ଖବରକାଗଜ ‘ସାଉଥ୍ ଚାଇନା ମାଇନିଙ୍ଗ୍ ପୋଷ୍ଟ’ରେ ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଥିଲା।
ହଂକଂର ଖବରକାଗଜରେ ଏହି ଖବର ଆସିବା ପରେ କଂଗ୍ରେସ୍ ନେତା ଶଶି ଥରୁର୍ ଟ୍ୱିଟର୍ରେ କେନ୍ଦ୍ରୀୟ ମନ୍ତ୍ରୀ ଅରୁଣ ଜେଟ୍ଲୀ ଏବଂ ପୀୟୁଷ୍ ଗୋଏଲ୍ଙ୍କୁ ଟ୍ୟାଗ୍ କରି ଏହି ‘ସମ୍ବେଦନଶୀଳ’ ଖବରର ସ୍ପଷ୍ଟୀକରଣ ମାଗିଥିଲେ।
ସେ ଲେଖିଥିଲେ, “ଯଦି ଚୀନ୍ରେ ଭାରତୀୟ ନୋଟ୍ ଛପାଯିବା ଖବର ସତ, ତେବେ ରାଷ୍ଟ୍ରର ସୁରକ୍ଷା ଉପରେ ବିପଦ ଆସିପାରେ। ସେହିପରି ନୋଟ୍ର ନକଲ କରିବା ପାକିସ୍ତାନ ପାଇଁ ସହଜ ହୋଇଯିବ।”
ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବିଭାଗର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଥିଲେ, “ଏହି ଖବରର କୌଣସି ଆଧାର ନାହିଁ ଏବଂ କୌଣସି ଚୀନ କରେନ୍ସି ପ୍ରିଣ୍ଟିଙ୍ଗ୍ କର୍ପୋରେସନ୍କୁ ଭାରତୀୟ ନୋଟ୍ ଛାପିବା ପାଇଁ ନିର୍ଦ୍ଦେଶ ଦିଆଯାଇନାହିଁ।”
ସେ ଆହୁରି ମଧ୍ୟ କହିଥିଲେ, “ଭାରତୀୟ କରେନ୍ସି ନୋଟ୍ କେବଳ ଭାରତ ସରକାର ଅଧୀନରେ ଥିବା ରିଜର୍ଭ ବ୍ୟାଙ୍କର ପ୍ରିଣ୍ଟିଙ୍ଗ୍ ପ୍ରେସ୍ରେ ଛପା ଯାଇଥାଏ।”
ସାଉଥ୍ ଚାଇନା ମାଇନିଙ୍ଗ୍ ପୋଷ୍ଟ ଖବରରେ କୁହାଯାଇଥିଲା ଯେ, ଭାରତ, ନେପାଳ, ବାଙ୍ଗଲାଦେଶ, ମାଲେସିଆ, ଥାଇଲ୍ୟାଣ୍ଡ ସମେତ ଅନେକ ଦେଶର କରେନ୍ସି ଚୀନ୍ରେ ଥିବା ପ୍ରିଣ୍ଟିଙ୍ଗ୍ ପ୍ରେସ୍ରେ ଛପା ଯାଉଛି।
from OdishaReporter https://ift.tt/2OB1UoG
No comments:
Post a Comment