ଆକାଶ ଛୁଇଁଲା ଡିଜେଲ୍‌ ଦର, ଏବେ ଲିଟର୍ ପିଛା ୬୯.୪୬ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଆକାଶ ଛୁଇଁଲା ଡିଜେଲ୍‌ ଦର, ଏବେ ଲିଟର୍ ପିଛା ୬୯.୪୬ ଟଙ୍କା

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଦେଶରେ ତୈଳଦର ଆକାଶ ଛୁଆଁ ହୋଇଛି।

ବିଶେଷ କରି ଡିଜେଲ୍‌ ଦର ଆଜି ଲିଟର୍‌ ପିଛା ରେକର୍ଡ ୬୯.୪୬ ଟଙ୍କାରେ ପହଞ୍ଚିଛି। ସେହିପରି ପେଟ୍ରୋଲ୍‌ ଦର ମଧ୍ୟ ଲିଟର୍‌ ପିଛା ୭୮ ଟଙ୍କା ଛୁଇଁବାକୁ ବସିଲାଣି।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ଏହି କାରଣରୁ ତୈଳ ଆମଦାନୀ ମହଙ୍ଗା ହୋଇଛି। ତେଣୁ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଛି। ଆଗକୁ ତୈଳଦର ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ଆଜି ଡିଜେଲ୍‌ର ଲିଟର ପିଛା ଦର ୧୪ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଲିଟର୍‌ ପିଛା ୧୩ ପଇସା ବଢିଛି। ଏହି ବର୍ଦ୍ଧିତ ଦର ଯୋଗୁ ଦିଲ୍ଲୀରେ ଡିଜେଲ୍‌ ଲିଟର ପିଛା ୬୯ ଟଙ୍କା ୪୬ ପଇସା ରହିଛି। କିନ୍ତୁ ମୁମ୍ବାଇରେ ଏହାର ଲିଟର୍‌ ପିଛା ଦର ୭୩.୭୪ ଟଙ୍କା ରହିଛି। ସେହିପରି ଅନ୍ୟାନ୍ୟ ରାଜ୍ୟରେ ଲାଗୁ ହେଉଥିବା ଭ୍ୟାଟ୍‌ ଅନୁଯାୟୀ ତୈଳ ଦରରେ ବୃଦ୍ଧି ଘଟିଛି।

ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର୍ ପିଛା  ୭୭.୯୧ ଟଙ୍କା ଓ ମୁମ୍ବାଇରେ ଏହା ୮୫.୩୩ ଟଙ୍କା ରହିଛି।

ଏହା ପୂର୍ବରୁ ମେ ୨୯ରେ ଦିଲ୍ଲୀରେ ଡିଜେଲ୍‌ ଦର ଲିଟର୍‌ ପିଛା ରେକର୍ଡ ୬୯.୩୧ ଟଙ୍କା ରହିଥିଲା। କିନ୍ତୁ ଆଜି ଏହା ପୁରୁଣା ରେକର୍ଡକୁ ଟପି ଯାଇଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୬ରୁ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବା ଆରମ୍ଭ ହୋଇଛି।



from Odisha Reporter https://ift.tt/2MS8J7R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages