ମୋଦି ସରକାରଙ୍କ ନୂଆ ଯୋଜନା: ଏଣିକି ବ୍ୟାଙ୍କରେ ଟଙ୍କା ରଖିଲେ ସୁନା ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ମୋଦି ସରକାରଙ୍କ ନୂଆ ଯୋଜନା: ଏଣିକି ବ୍ୟାଙ୍କରେ ଟଙ୍କା ରଖିଲେ ସୁନା ମିଳିବ

ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କରେ ଟଙ୍କା ରଖିଲେ ସୁନା ମିଳିବ। କଥାଟା ଶୁଣି ଚମକିପଡ଼ିଥିବେ। ଭାବୁଥିବେ, ଏହା କେମିତି ସମ୍ଭବ। ତେବେ ଜମାରୁ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ମୋଦି ସରକାର ଏମିତି ଏକ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି, ଯାହାର ନାଁ ହେଉଛି ଗୋଲ୍‌ଡ ସେଭିଂସ୍ ଆକାଉଣ୍ଟ। ଏହି ଆକାଉଣ୍ଟରେ ଟଙ୍କା ରଖିଲେ ସୁନା ମିଳିବ।

ଆଗରୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରୁ ଦୂରେଇ ରହୁଥିବା ଲୋକଙ୍କୁ ଯୋଡ଼ିବା ପାଇଁ ମୋଦି ସରକାର ଜନ୍‌ଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଏବେ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ପ୍ରକାରର ବ୍ୟାଙ୍କ ଆକାଉଣ୍ଟ ଲଞ୍ଚ କରିବାକୁ ଯାଉଛନ୍ତି। ଏହି ବ୍ୟାଙ୍କ ଆକାଉଣ୍ଟ ସାଧାରଣ ବ୍ୟାଙ୍କ ଆକାଉଣ୍ଟ ଭଳି ଯେକୌଣସି ବ୍ୟାଙ୍କରେ ଖୋଲି ହେବ। କିନ୍ତୁ ସେଭିଂସ୍ ଆକାଉଣ୍ଟ ଠାରୁ ଏହା ଭିନ୍ନ ରହିବ।

ନିକଟରେ ନୀତି ଆୟୋଗ ପକ୍ଷରୁ  ଗୋଲଡ୍‌ ଆକାଉଣ୍ଟ ନେଇ ଅର୍ଥମନ୍ତ୍ରଣାଳୟକୁ ଏକ ନୂତନ ପ୍ରସ୍ତାବ ଦିଆଯାଇଥିଲା।

କୁହାଯାଉଛି ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥମନ୍ତ୍ରଣାଳୟ ବିଚାର କରୁଛି। ତେବେ ଗୋଲ୍‌ଡ ସେଭିଂସ ଆକାଉଣ୍ଟ ନିୟମ ଅନୁଯାୟୀ ଆପଣ ଜମାକରୁଥିବା ଟଙ୍କାର ପରିମାଣ ସୁନାର ମୂଲ୍ୟ ଅନୁସାରେ ନିର୍ଦ୍ଧାରଣ କରାଯିବ। ଆପଣ ଏହି ଆକାଉଣ୍ଟରେ ସର୍ବନିମ୍ନ ୧୦ ଗ୍ରାମ ସୁନାର ମୂଲ୍ୟ ଅନୁସାରେ ଟଙ୍କା ଜମା କରିପାରିବେ।

ଧରାଯାଉ ବର୍ତ୍ତମାନ  ୧୦ ଗ୍ରାମ ସୁନାର ମୂଲ୍ୟ ୩୦,୦୦୦ ଟଙ୍କା। ସେହି ଅନୁଯାୟୀ ଯଦି ଆପଣ ଗୋଲ୍ଡ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରୁଛନ୍ତି, ତାହେଲେ ଆପଣ ୫ ଗ୍ରାମ ସୁନାର ମୂଲ୍ୟ ଜମା କରିଛନ୍ତି ବୋଲି ଧରାଯିବ।

ନୀତି ଆୟୋଗ ପକ୍ଷରୁ ଦିଆଯାଇଥିବା ପସ୍ତାବ ଅନୁଯାୟୀ ଆବଶ୍ୟକ ବେଳେ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଉଠାଇପାରିବେ। ଅର୍ଥାତ ଯଦି ଆପଣଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କାର ସୁନା ଅଛି । ଆପଣ ଯେଉଁ ସମୟରେ ଚାହିଁବେ ପ୍ରଚଳିତ ବଜାର ଦର ଅନୁସାରେ ସୁନା ନେଇ ପାରିବେ କିମ୍ବା ସେହି ପରିମାଣର ଟଙ୍କା ଉଠାଇପାରିବେ।

ନୀତି ଆୟୋଗ ପକ୍ଷରୁ ଏନେଇ ସ୍ପଷ୍ଟ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଆବଶ୍ୟକତା ସମୟରେ ବ୍ୟାଙ୍କ ପାଖରେ ସୁନା ନଥାଏ, ତେବେ ଆପଣ ସେହି ପରିମାଣରେ ଟଙ୍କା ଉଠାଇପାରିବେ। ଏହି ଗୋଲ୍‌ଡ ସେଭିଂସ ଆକାଉଣ୍ଟ ଅନ୍ୟ ସାଧାରଣ ଆକାଉଣ୍ଟ ଭଳି କାମ କରିବ।

ଆପଣ ଯେବେ ଏହି ଆକାଉଣ୍ଟରେ ଟଙ୍କା ଜମା କରିବେ ସେ ସମୟରେ ସୁନାର ପ୍ରଚଳିତ ମୂଲ୍ୟ ଅନୁଯାୟୀ ଜମାର ପରିମାଣ ରେକର୍ଡ କରାଯିବ। ଆଉ ଟଙ୍କା କିମ୍ବା ସୁନା ଉଠାଇଲା ବେଳେ ମଧ୍ୟ ସମାନ ନିୟମକୁ ଅନୁସରଣ କରାଯିବ। ଏହି ଆକାଉଣ୍ଟକୁ ବୈଧତା ନେଇ କୌଣସି ସମୟ ସୀମା ରହିବ ନାହିଁ। ଏହି ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ସୁନା ଟ୍ରାନ୍ସଫର୍‌ ହୋଇପାରିବ।



from Odisha Reporter https://ift.tt/2Nlkuk9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages