ଦୁଷ୍କର୍ମ ପୀଡ଼ିତାଙ୍କ ମୁହଁ ଲୁଚା ଫଟୋ ବି ଛାପି ପାରିବେନି ଗଣମାଧ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

ଦୁଷ୍କର୍ମ ପୀଡ଼ିତାଙ୍କ ମୁହଁ ଲୁଚା ଫଟୋ ବି ଛାପି ପାରିବେନି ଗଣମାଧ୍ୟମ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢ଼ି ଚାଲିଥିବାରୁ ଏନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ ସର୍ବୋଚ୍ଚ ଅଦଲାତ କହିଛନ୍ତି ଯେ ଏଣିକି କୌଣସି ବି ପରିସ୍ଥିତିରେ ପୀଡ଼ିତାଙ୍କ ଫଟୋ ଗଣମାଧ୍ୟମରେ ପରିବେଷଣ କରାଯାଇପାରିବ ନାହିଁ।

ଏପରି କି ଦୁଷ୍କର୍ମ ପୀଡ଼ିତାଙ୍କ ମୁହଁ ଘୋଡ଼ା ଯାଇଥିବା ଫଟୋ ମଧ୍ୟ ମୁଦ୍ରିତ, ବୈଦ୍ୟୁତିକ ଓ ସୋଶାଲ୍‌ ମିଡିଆ ପରିବେଷଣ କରିପାରିବେ ନାହିଁ। ସମଗ୍ର ଦେଶରେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ବିଚାରପତି ଜଷ୍ଟିସ୍‌ ଏମ୍‌ବି ଲୋକୁର, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କ ଖଣ୍ଡପୀଠ ବିହାର ଶେଲଟର୍‌ ହୋମ ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଶୁଣାଣି ବେଳେ ଖଣ୍ଡପୀଠ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ପ୍ରତି ଏକ ଘଣ୍ଟାରେ ଦେଶରେ ଜଣେ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। କେବଳ ୨୦୧୬ରେ ୩୮,୪୯୭ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦେଶରେ ଏସବୁ କ’ଣ ଚାଲିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ସେହିପରି ମିଡିଆର ଖବର ପରିବେଷଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି, ଦୁଷ୍କର୍ମ ସଂକ୍ରାନ୍ତ ଖବର ବାରମ୍ବାର ପ୍ରସାରଣ ହେଉଥିବାରୁ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଏପରି କି ଗଣମାଧ୍ୟମରେ ପରିବେଷଣ ହେଉଥିବା ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ସାକ୍ଷାତକାର ଉପରେ କୋର୍ଟ କଟକଣା ଜାରି କରିଛନ୍ତି।

ଦିଲ୍ଲୀ ମହିଳା କମିଶନ ବିହାର ଶେଲଟର୍‌ ହୋମ ଘଟଣାରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଥିବାରୁ ଖଣ୍ଡପୀଠ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, କେନ୍ଦ୍ର ସରକାର ସମଗ୍ର ଦେଶରେ ଥିବା ଶେଲଟର୍‌ ହୋମକୁ ଯାଞ୍ଚ କରିବା ସହ ସେଠାରେ ଚାଲୁଥିବା ଅନୈତିକ କାର୍ଯ୍ୟକୁ ରୋକିବା ପାଇଁ ପଦକ୍ଷେପ ନିଅନ୍ତୁ।

ଏଥିସହ ବିହାର ମୁଜାଫରପୁର ଶେଲଟର୍‌ ହୋମ୍‌ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ନାବାଳିକାଙ୍କ ନାଁ ପ୍ରକାଶ କରିଥିବା ମହିଳାଙ୍କୁ ତୁରନ୍ତ ଗିରଫ କରିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



from OdishaReporter https://ift.tt/2nhW3c4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages