‘ସରକାରୀ ଟ୍ରେଜେରୀକୁ କେମିତି ଗଲା ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 7, 2018

‘ସରକାରୀ ଟ୍ରେଜେରୀକୁ କେମିତି ଗଲା ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ?’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବିକୁ କେଉଁ ପରିସ୍ଥିତିରେ ସରକାରୀ ଟ୍ରେଜେରୀରେ ରଖାଗଲା ବୋଲି ରାଜ୍ୟ ବିଜେପି ପ୍ରଶ୍ନ କରିଛି। କଟକ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଅରବିନ୍ଦ ଅଗ୍ରୱାଲ୍‌, ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପୂର୍ବରୁ, ନକଲି ଚାବିକୁ ସରକାରୀ ଟ୍ରେଜେରୀରେ ରଖି ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ କ୍ଷମତାକୁ ଚ୍ୟାଲେଞ୍ଜ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଦଳର ବରିଷ୍ଠ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲା ରେକର୍ଡ ରୁମ୍‌ରୁ ମିଳିଥିବା ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବିକୁ ୨ ମାସ ଧରି ନିଜ ପାଖରେ ରଖିଥିବା ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କେଉଁ ପରିସ୍ଥିତିରେ ଏହାକୁ ଜିଲ୍ଲା ଟ୍ରେଜେରୀରେ ରଖିଲେ।

ଚାବି ହଜିବା ଘଟଣାର ତଦନ୍ତ ଏବେ ଜଷ୍ଟିସ୍ ଦାସ କରୁଥିବା ବେଳେ, କାହିଁକି ତାଙ୍କୁ ହସ୍ତାନ୍ତର ନକଲେ ବୋଲି ସେ ପ୍ରଶ୍ନ କରିବା ସହ ଏହା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନଙ୍କ ତଦନ୍ତ ସତ୍ୱେ ଜିଲ୍ଲାପାଳ ଓ ସରକାରଙ୍କ ଭୂମିକା ଉପରେ ସେ ପ୍ରଶ୍ନ ଉଠାଇ ଖୁବଶୀଘ୍ର ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି।

ହାଇକୋର୍ଟରେ ଏବେ ଶ୍ରୀମନ୍ଦିର ହୁଣ୍ଡି ପରିଚାଳନା ଓ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ମାମଲା ଚାଲିଛି। ଏ ଦୁଇଟି ପ୍ରସଙ୍ଗରେ ବିଜେପି ଲୋକଙ୍କ ପାଖକୁ ଯାଇ ସରକାରଙ୍କ ଷଡ଼ଯନ୍ତ୍ରକୁ ଉଜାଗର କରାଇବ। ରତ୍ନଭଣ୍ଡାର ଚାବି ହଜିବା ଏକ ଅପରାଧ ଷଡ଼ଯନ୍ତ୍ର।

ଫୌଜଦାରୀ ମାମଲାରୁ ବଞ୍ଚିବା ପାଇଁ ଜିଲ୍ଲାପାଳଙ୍କୁ ସରକାର ଆୟୁଧ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ଚାବି ହଜିବା ଖବର ପଦାକୁ ଆସିବା ପରେ ରାଜ୍ୟ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଜଷ୍ଟିସ୍ ରଘୁବୀର ଦାସ କମିଶନ ଗଠନ କରିଥିଲେ।

କିନ୍ତୁ ଜୁନ୍ ୧୩ ତାରିଖରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ମିଳିଲା ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଗଣମାଧ୍ୟମକୁ ଖବର ଦେଇଥିଲେ  ଗତ ସପ୍ତାହରେ ଶ୍ରୀ ଅଗ୍ରୱାଲଙ୍କୁ ରାଜ୍ୟ ସରକାର କଟକ ଜିଲ୍ଳାପାଳ ଭାବେ ବଦଳି କରିଛନ୍ତି।



from OdishaReporter https://ift.tt/2vMeRnJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages