
ଅହମଦାବାଦ୍: ଗୁଜରାଟର ଅହମଦାବାଦ୍ ସହରର ଓଢ଼ାଭ ଅଞ୍ଚଳରେ ଗତକାଲି ରାତିରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆରଏଫ୍ ଓ ଦମକଳ ବାହିନୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଭଗ୍ନ କୋଠା ତଳେ ଆଉ କେତେ ଲୋକ ଫସି ରହିଛନ୍ତି, ତାହା ଜଣାପଡ଼ିନାହିଁ। ତେବେ ଗୁଜରାଟ ଗୃହ ରାଜ୍ୟମନ୍ତ୍ରୀ ପ୍ରଦୀପ ସିଂହ ଜାଡ଼େଜା କହିଛନ୍ତି ଯେ ଆହୁରି ୮ରୁ୧୦ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ପ୍ରାୟ ୨୦ ବର୍ଷ ପୂର୍ବ ସରକାରୀ ଆବାସ ଯୋଜନାରେ ଏହି କୋଠା ନିର୍ମାଣ କରାଯାଇଥିଲା। ଏଥିରେ ମୋଟ୍ ୩୨ଟି ଫ୍ଲାଟ୍ ଥିଲା। କୋଠାଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଗତ ଶନିବାର ଅହମଦାବାଦ୍ ନଗର ନିଗମ (ଏଏମ୍ସି) ଅଧିକାରୀମାନେ ଏହାକୁ ଖାଲି କରି ଦେଇଥିଲେ। ହେଲେ କିଛି ଲୋକ ଗତକାଲି ପୁଣି ଉକ୍ତ ଘରକୁ ଫେରି ଆସିଥିଲେ। ଆଉ ଗତକାଲି ରାତିରେ ହିଁ ଏହା ଭୁଶୁଡ଼ି ପଡ଼ିଥିଲା।
from Odisha Reporter https://ift.tt/2PG7xTx
No comments:
Post a Comment