
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ବଜାରରେ ନିଆଁ ଲାଗିଛି। ମାସକ ଭିତରେ ପେଟ୍ରୋଲ୍ ଲିଟର ପିଛା ପାଖାପାଖି ଅଢେଇ ଟଙ୍କା ବଢ଼ିଲାଣି। ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ୭୭ ଟଙ୍କା ୧୪ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ ୭୪ଟଙ୍କା ୯୨ ପଇସାରେ ପହଞ୍ଚିଛି।
ବଲାଙ୍ଗିର ଓ ବ୍ରହ୍ମପୁର ଭଳି ସହରରେ ପେଟ୍ରୋଲ୍ ୭୮ ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୫ଟଙ୍କା ପାର୍ କରିଛି। ତେବେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପେଟ୍ରୋଲ୍ ୮୦ ଟଙ୍କା ଛୁଇଁଥିବା ବେଳେ ରାୟଗଡ଼ାରେ ଆଜିର ଦର ରହିଛି ୭୯ ଟଙ୍କା ୬୨ ପଇସା। ଯାହାକୁ ନେଇ ଚିନ୍ତାରେ ସାଧାରଣ ଲୋକେ।
ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ଟପିଥିବା ବେଳେ ଡିଜେଲ୍ ୬୯ ଟଙ୍କା ୭୫ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ୍ ସର୍ବାଧିକ ୮୫ ଟଙ୍କା ହୋଇଥିବା ବେଳେ କୋଲକାତାରେ ଦର ୮୧ ଟଙ୍କା ଉପରେ ରହିଛି।
ତେବେଏଭଳି ତୈଳ ଦର ବୃଦ୍ଧିର ମୁଖ୍ୟ କାରଣ ହୋଇଛି ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ। ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ଆଜି ୧ ଡଲାର ତୁଳନାରେ ୭୦ ଟଙ୍କା ୫୨ ପଇସାକୁ ହ୍ରାସ ପାଇଛି। ତା’ସହ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଉଛି।
from Odisha Reporter https://ift.tt/2N52JsM
No comments:
Post a Comment