ପୁରୁଷ ଟ୍ରିପଲ୍‌ ଜମ୍ପରେ ଅର୍ପିନ୍ଦର ଆଣିଲେ ୧୦ମ ସ୍ଵର୍ଣ୍ଣ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 29, 2018

ପୁରୁଷ ଟ୍ରିପଲ୍‌ ଜମ୍ପରେ ଅର୍ପିନ୍ଦର ଆଣିଲେ ୧୦ମ ସ୍ଵର୍ଣ୍ଣ 

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ୧୧ ତମ ଦିନରେ ଭାରତକୁ ୧୦ମ ସ୍ୱର୍ଣ୍ଣ ପଦକ ଆଥଲେଟିକ୍ସରୁ ମିଳିଛି।  ଅର୍ପିନ୍ଦର ସିଂହ ପୁରୁଷ ଟ୍ରିପଲ୍‌ ଜମ୍ପ ଇଭେଣ୍ଟରରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ପ୍ରଥମ ସୁଯୋଗରେ ଫାଉଲ୍‌ ବିବେଚିତ ଅର୍ପିନ୍ଦର ଦ୍ୱିତୀୟ ସୁଯୋଗରେ ୧୬.୫୮ ମିଟର୍‌କୁ ଜମ୍ପ ମାରିଥିଲେ। ତେବେ ତୃତୀୟ ସୁଯୋଗରେ ସେ ଆଶ୍ଚର୍ଯ୍ୟଜନକ ଭାବେ ୧୬.୭୭ ମିଟର୍‌ ଦୂରକୁ ଜମ୍ପ ମାରି ସ୍ୱର୍ଣ୍ଣ ପଦକ ଜିତିବା ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ।

୪ର୍ଥ ସୁଯୋଗରେ ସେ ୧୬.୦୮ ମିଟର୍‌ ଦୂରକୁ ଜମ୍ପ ମାରିଥିଲେ ହେଁ ଏହା ଫଳାଫଳ ଉପରେ କୌଣସି ପ୍ରଭାବ ପକାଇ ନଥିଲା।  ଉଭୟ ଉଜବେକିସ୍ତାନ ଓ ଚୀନ୍‌ ଖେଳାଳିଙ୍କୁ ପଛରେ ପକାଇ ଅର୍ପିନ୍ଦର ସ୍ୱର୍ଣ୍ଣ ପଦକ ଉପରେ କଜବା କରିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅର୍ପିନ୍ଦର ୪ର୍ଥ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲେ। ସେହିପରି ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ପାଇଥିଲେ।  କିନ୍ତୁ ୧୮ ତମ ଏସିଆନ୍‌ ଗେମ୍ସରେ ତାଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ବି ରୋକି ପାରିନାହାନ୍ତି।

ଅର୍ପିନ୍ଦରଙ୍କ ସଫଳତା ପରେ ଭାରତର ପଦକ ସଂଖ୍ୟା ୫୩ରେ ପହ୍ଞ୍ଚିଛି। ଏଥିରେ ୧୦ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି। କିନ୍ତୁ ପଦକ ତାଲିକାରେ ଭାରତ ୯  ସ୍ଥାନରେ ରହିଛି।



from Odisha Reporter https://ift.tt/2LEdWLX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages