ବଲାଙ୍ଗିର ସହରରେ ହଜି ହଜି ଯାଉଛି ରିକ୍ସା, ଚିନ୍ତାରେ ଚାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ବଲାଙ୍ଗିର ସହରରେ ହଜି ହଜି ଯାଉଛି ରିକ୍ସା, ଚିନ୍ତାରେ ଚାଳକ

riksa

ବଲାଙ୍ଗିର(ସସ୍ମିତା ସାହୁ): ଦିନ ଥିଲା ରିକ୍ସାର ଚାହିଦା ଢେର୍‌ ଅଧିକ ଥିଲା। ରିକ୍ସାରେ ବସି ଲୋକେ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଅତି କମ୍‌ ଖର୍ଚ୍ଚରେ ଯିବା ଆସିବା କରୁଥିଲେ।

ହେଲେ ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ିବାରୁ ଏବେ ଏହା ନିଜର ସତ୍ତା ହରାଇବାକୁ ବସିଛି। କାଁଭାଁ କେଉଁଠି ଏବେ ରିକ୍ସା ଦେଖିବାକୁ ମିଳୁଛି। ଫଳରେ ରିକ୍ସା ଉପରେ ନିର୍ଭର କରି ପରିବାର ଚଳାଉଥିବା ଲୋକେ ହାତ ବାନ୍ଧି ବସି ରହିଛନ୍ତି।

ବଲାଙ୍ଗିର ସହରର ରେଲୱେ ଷ୍ଟେସନ୍‌ ହେଉ କି ବସଷ୍ଟାଣ୍ଡରେ ରିକ୍ସା ଚାଳକଙ୍କ ଭିଡ଼ ଲାଗି ରହୁଥିଲା। ଯାତ୍ରୀମାନେ ସୁଲଭ ମୂଲ୍ୟରେ ରିକ୍ସାରେ ବସି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରୁଥିଲେ।

ତେବେ ଧୀରେ ଧୀରେ ରିକ୍ସାର ଚାହିଦା କମିବାରେ ଲାଗିଛି। ଏବେ ଲୋକେ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଅଟୋ ଉପରେ ନିର୍ଭର କରୁଛନ୍ତି। ତେଣୁ ସହରରେ ଅଟୋର ଚାହିଦା ବଢ଼ିବାରେ ଲାଗିଛି।

ହେଲେ ରିକ୍ସା ଚଳାଇ ରୋଜଗାର କରି ପେଟ ପୋଷୁଥିବା ଚାଳକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଆଗପରି ଦୁଇ ପଇସା ରୋଜଗାର ହେଉ ନଥିବାରୁ କିପରି ପରିବାର ପ୍ରତିପୋଷଣ କରିବେ, ସେ ନେଇ ସେମାନଙ୍କୁ ଚିନ୍ତା ଘାରିଛି। ରୋଜଗାର ନଥିବାରୁ ରିକ୍ସାର ମଧ୍ୟ ସେମାନେ ଉପଯୁକ୍ତ ରକ୍ଷାବେକ୍ଷଣ କରି ପାରୁନାହାନ୍ତି। ଫଳରେ ରିକ୍ସା ଗୁଡ଼ିକ ଭାଙ୍ଗିରୂଜି ଖରାପ ଅବସ୍ଥାରେ ପଡ଼ି ରହିଛି।

ଅନ୍ୟପକ୍ଷରେ ଅଧିକାଂଶ ରିକ୍ସା ଚାଳକ ଏହି ବେଉସାକୁ ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ତେଣୁ ରିକ୍ସା ଚାଳକଙ୍କୁ ବିଭିନ୍ନ ପ୍ରକାର ସରକାରୀ ଯୋଜନାରେ ହିତାଧିକାରୀ ଭାବେ ସାମିଲ କରାଯିବାକୁ ସାଧାରଣରେ ଦାବି ହୋଇଛି।



from Odisha Reporter https://ift.tt/2P5VzSh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages