ଏସିଆନ୍‌ ଗେମ୍ସ ମହିଳା ହକି: ଡିଫେଣ୍ଡିଂ ଚାମ୍ପିୟନ ଦକ୍ଷିଣ କୋରିଆକୁ ହରାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଏସିଆନ୍‌ ଗେମ୍ସ ମହିଳା ହକି: ଡିଫେଣ୍ଡିଂ ଚାମ୍ପିୟନ ଦକ୍ଷିଣ କୋରିଆକୁ ହରାଇଲା ଭାରତ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ଭାରତୀୟ ମହିଳା ହକି ଟିମ୍‌ର ଆଧିପତ୍ୟ ଜାରି ରହିଛି। ଶନିବାର ଗ୍ରୁପ୍‌ ‘ବି’ର ଏକ ମୁକାବିଲାରେ ଟିମ୍‌ ଇଣ୍ଡିଆ ଏସିଆନ୍‌ ଗେମ୍ସର ଡିଫେଣ୍ଡିଂ ଚାମ୍ପିୟନ୍‌ ଦକ୍ଷିଣ କୋରିଆକୁ ୪-୧ ଗୋଲ୍‌ରେ ହରାଇ ଦେଇଛି।

ଭାରତ ପକ୍ଷରୁ ଗୁରଜିତ କୌର ଦୁଇଟି ଗୋଲ୍‌ ଦେଇଥିବା ବେଳେ ନବନୀତ କୌର ଓ ବନ୍ଦନା କଟାରିୟା ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି।

ଆଜିର ମ୍ୟାଚ୍‌ଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ର ୧୬ ତମ ମିନିଟ୍‌ରେ ଭାରତ ପକ୍ଷରୁ ନବନୀତ ପ୍ରଥମେ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। କିନ୍ତୁ ୨୦ ତମ ମିନିଟ୍‌ରେ ଦକ୍ଷିଣ କୋରିଆର ଲି ୟୁରିମ୍‌ ଗୋଲ୍‌ ଦେଇ ସ୍ଥିତି ବରାବର କରିଥିଲେ।

ଏହାପରେ ଉଭୟ ଦଳ ପରସ୍ପର ଉପରେ ଘନଘନ ଆକ୍ରମଣ କରିଥିଲେ ହେଁ କେହି କାହାକୁ ଗୋଲ ଦେଇ ପାରି ନଥିଲେ।

ମ୍ୟାଚ୍‌ ଶେଷ ହେବାକୁ ଆଉ ମାତ୍ର ୫ ମିନିଟ୍‌ ଥିବା ବେଳେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଗୁରଜିତ୍‌ ଗୋଲ୍‌ରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରିଦେଇଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ଗୁରଜିତ୍‌ ଆଉ ଗୋଟିଏ ଗୋଲ କରିଥିଲେ।

ମ୍ୟାଚ୍‌ର ୫୬ ମିନିଟ୍‌ରେ ବନ୍ଦନା ଭାରତ ପାଇଁ ୪ର୍ଥ ଗୋଲ କରିଥିଲେ। ଭାରତ ମାତ୍ର ୫ ମିନିଟ୍‌ରେ ୩ଟି ଗୋଲ୍‌ କରି ଡ୍ର ହେବାକୁ ଯାଉଥିବା ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ କରିଛି।

ଆସନ୍ତା ସୋମବାର ଭାରତ ଗ୍ରୁପ୍‌ ‘ବି’ର ଶେଷ ମ୍ୟାଚ୍‌ରେ ଥାଇଲ୍ୟାଣ୍ଡକୁ ଭେଟିବ।



from Odisha Reporter https://ift.tt/2wocxn6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages