
ଜାକର୍ତ୍ତା: ଏସିଆନ୍ ଗେମ୍ସରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ କମାଲ୍ ଜାରି ରହିଛି। ମହିଳା ୧୦୦ ମିଟର୍ ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଦୂତୀ ଏବେ ୨୦୦ ମିଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଆଜିର ସେମିଫାଇନାଲ୍ ରେସ୍ର ପ୍ରଥମ ହିଟ୍ରେ ଦୂତୀ ପ୍ରଥମ ସ୍ଥାନରେ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ୨୦୦ ମିଟର୍ ଦୂରତାକୁ ଅତିକ୍ରମ କରିବାକୁ ଦୂତୀ ୨୩ ସେକେଣ୍ଡ ସମୟ ନେଇଥିଲେ। ଆସନ୍ତାକାଲି ପଦକ ପାଇଁ ଦୂତୀ ଟ୍ରାକ୍ରେ ଦୌଡ଼ିବେ।
ଅନ୍ୟପକ୍ଷରେ ଭାରତର ଅନ୍ୟତମ ଷ୍ଟାର୍ ଧାବିକା ହୀମା ଦାସ କିନ୍ତୁ ନିରାଶ ହୋଇଛନ୍ତି। ହୀମା ୨୦୦ ମିଟର୍ ସେମିଫାଇନାଲ୍ର ଦ୍ୱିତୀୟ ହିଟ୍ସରେ ଭାଗ ନେଇଥିଲେ। କିନ୍ତୁ ଫଲ୍ସ ରନିଂ ପାଇଁ ତାଙ୍କୁ ଟ୍ରାକ୍ ଇଭେଣ୍ଟର ରେଫରୀ ରେର୍ଡକାର୍ଡ ଦେଖାଇଥିଲେ। ଏହି ରେଡକାର୍ଡ ସହ ହୀମା ପ୍ରତିଯୋଗିତାରେ ଭାଗ ନେବାର ଯୋଗ୍ୟତା ହରାଇଥିଲେ।
ପଦକ ଦାବିଦାର ବୋଲି କୁହାଯାଉଥିବା ହୀମା ରେଡ୍କାର୍ଡ ପାଇବା ଭାରତୀୟ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି।
୪୦୦ ମିଟର୍ ଦୌଡ଼ରେ ହୀମା ଦାସ ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।
from Odisha Reporter https://ift.tt/2MxmEAZ
No comments:
Post a Comment