
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ଆପଣ ଅଧିକ ମଦ୍ୟପାନ କରୁଛନ୍ତି କି? ଯଦି ଆପଣଙ୍କର ଏହି ବଦଭ୍ୟାସ ଥାଏ ତେବେ ସତର୍କ ହୋଇ ଯାଆନ୍ତୁ। କାରଣ ମଦକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି। କାରଣ ଆମେରିକାର ହ୍ୟୁସ୍ଟନ୍ରୁ ଆସିଥିବା ଏହି ଖବର ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ପ୍ରତି ବର୍ଷ ମଦ ପାଇଁ ୨୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି।
ଗବେଷଣା କହୁଛି ମଦ୍ୟପାନ ଯୋଗୁ କ୍ୟାନ୍ସର ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହୁଛି। ସେହିପରି ଅନ୍ୟ ଏକ କାରଣ ହେଉଛି ମଦ୍ୟପାନ ଯୋଗୁ ସଡ଼କ ଦୁର୍ଘଟଣା ବଢ଼ୁଛି। ଏହି ଦୁଇଟି କାରଣରୁ ମୃତ୍ୟୁ ସଂଖ୍ୟା ଅଧିକ ହେଉଛି।
ଏନେଇ ଲାନ୍ସେଟ୍ ମେଡିକାଲ ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ରିପୋର୍ଟ ଅନୁଶାରେ ମଦ୍ୟପାନ କହାର ସଉକ୍ ହୋଇଥିବା ବେଳେ ଆଉ କେହି କେହି ମାନସିକ ବିକାରଗ୍ରସ୍ତ ହୋଇ ମଦ ପିଇଥାନ୍ତି।
ପାରିବାରିକ ଅଶାନ୍ତି ହେଉକି ଅବା ଅଫିସ କିମ୍ବା ବ୍ୟକ୍ତିଗତ ବିଭିନ୍ନ ପ୍ରକାର ଚାପରୁ ମୁକ୍ତିପାଇଁ ଲୋକେ ମଦ୍ୟପାନ କରିଥାନ୍ତି। ସେହିପରି ମାରାତ୍ମକ ରୋଗ କ୍ୟାନ୍ସର ପଛର ମଦ ମଧ୍ୟ ଏକ ପ୍ରମୁଖ କାରଣ ବୋଲି ଗବେଷଣାରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୦୧୬ରେ ଏହି ମଦଜନିତ ୨୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। କୁହାଯାଉଛି କେବଳ ଭାରତରେ ବର୍ଷକୁ ମଦଜନିତ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି।
from Odisha Reporter https://ift.tt/2LDkf2w
No comments:
Post a Comment