କ୍ୟାନାଡାରେ ଅନ୍ଧାଧୁନିଆ ଗୁଳିମାଡ଼, ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

କ୍ୟାନାଡାରେ ଅନ୍ଧାଧୁନିଆ ଗୁଳିମାଡ଼, ୪ ମୃତ

ଟରୋଣ୍ଟୋ: କ୍ୟାନାଡାର ପୂର୍ବପ୍ରାନ୍ତରେ ଥିବା ଫେରେଡିକ୍‌ସନ୍‌ ସହରରେ ଆଜି ଅନ୍ଧାଧୁନିଆ ଗୁଳିମାଡ଼ ହୋଇଛି।

ଏହି ଘଟଣାରେ ୪ ଜଣ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି। ଏହି ଗୁଳିମାଡ଼ରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ୨୦୦ରୁ ଅଧିକ ଗୁଳି ଫୁଟିଥିଲେ ହେଁ ଏହାର କାରଣ ଜଣାପଡ଼ିନାହିଁ।

ଫେରେଡିକ୍‌ସନ୍‌ ପୁଲିସ୍‌ ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛି।

ଏବେ ଅପରେସନ୍‌ ଜାରି ରହିଥିବାରୁ ଲୋକମାନଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଏକାଧିକ ଟ୍ୱିଟ୍‌ ଜରିଆରେ ପୁଲିସ୍‌ କହିଛି, ବର୍ତ୍ତମାନ ସୁଦ୍ଧା ଆମେ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ। ଆମ ପାଖରେ ଅଧିକ ସୂଚନା ନାହିଁ। ସୂଚନା ପାଇବା କ୍ଷଣି ତୁରନ୍ତ ଜନସାଧାରଣଙ୍କୁ ଅବଗତ କରାଯିବ।



from OdishaReporter https://ift.tt/2nruSvm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages