ଘରେ ନପଶୁଣୁ ଚାଳ ବାଜିଲା: ଶ୍ରୀମନ୍ଦିରରେ ଟିକଟ ବ୍ୟବସ୍ଥା ପ୍ରସ୍ତାବକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 10, 2018

ଘରେ ନପଶୁଣୁ ଚାଳ ବାଜିଲା: ଶ୍ରୀମନ୍ଦିରରେ ଟିକଟ ବ୍ୟବସ୍ଥା ପ୍ରସ୍ତାବକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ

ଭୁବନେଶ୍ୱର (ଓଡ଼ଶା ରିପୋର୍ଟ): ଶ୍ରୀମନ୍ଦିରରେ କାଳିଆ ଦର୍ଶନ ପାଇଁ ଟିକଟ୍ ବ୍ୟବସ୍ଥା କରିବାକୁ ଚିନ୍ତା କରୁଛି ମନ୍ଦିର ପ୍ରଶାସନ। ଯାହାର ଆଭାସ ମିଳିଛି ଆଜି।

‘ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର କମିଟି’ର ଜନଶୁଣାଣି ସମୟରେ ଏ ଆଭାସ ମିଳିବା ପରେ, ପ୍ରସ୍ତାବିତ ଯୋଜନାକୁ ତୀବ୍ର ବିରୋଧ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।

ହେଲେ ଏନେଇ କମିଟି ମୁଖ୍ୟ ସୁରେଶ ମହାପାତ୍ର କହିଛନ୍ତି, ଟିକେଟ୍ ବ୍ୟବସ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେପଟେ ରୁଦ୍ଧଦ୍ୱାର ଜନଶୁଣାଣି କରାଯିବାକୁ ନେଇ ଜୋର୍‌ଦାର୍‌ ପ୍ରତିବାଦ କରିଛନ୍ତି ସେବାୟତ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଛାଟ ପରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ନୂଆ ଯୋଜନା ଉପରେ ବିଚାର ବିମର୍ଷ କରୁଛି ପ୍ରଶାସନ। ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିର ଭଳି ପୁରୀରେ ବି ଭକ୍ତଙ୍କୁ ଟିକଟ ମାଧ୍ୟମରେ ଦର୍ଶନ ବ୍ୟବସ୍ଥା କରିବାକୁ ସେବାୟତ ଓ ବୁଦ୍ଧିଜୀବୀଙ୍କଠାରୁ ମତାମତ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ।

ପରିଚାଳନାଗତ ସଂସ୍କାର ସମ୍ପର୍କିତ ଜନଶୁଣାଣି ପାଇଁ ଆସିଥିବା କମିଟି, ଆଜି ପୁରୀରେ ପହଞ୍ଚିଥିଲା। ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ଆରମ୍ଭ କରାଯାଇଥିଲା।

ଯାହାକୁ ନେଇ ଆରମ୍ଭରୁ ଉଠିଥିଲା ବିରୋଧର ସ୍ୱର। ଯୋଜନା ଅନୁସାରେ, ଶ୍ରୀମନ୍ଦିରରେ ଯେଉଁଦିନ ଯେତିକି ଟିକଟ୍ ହୋଇଥିବ, ତା’ଠୁ ଜଣେ ବି ଅଧିକ ଭକ୍ତ ଆଉ ଠାକୁରଙ୍କୁ ଦର୍ଶନ କରି ପାରିବେନାହିଁ ବୋଲି ଚିନ୍ତାକରି ସେବାୟତ ଗୋଷ୍ଠୀ ଆନ୍ଦୋଳନ କରିଥିଲେ।

ସେମାନଙ୍କ ମତରେ, ଜଗନ୍ନାଥ ମନ୍ଦିରର ରୀତିନୀତି ସମ୍ପୂର୍ଣ୍ଣ ଅଲଗା। ଏଠି ଟିକେଟ୍ ବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ।

ଏଣୁ ରୁଦ୍ଧଦ୍ୱାର ଜନଶୁଣାଣି ନୁହେଁ, ସର୍ବ ସମ୍ମୁଖରେ ଜନଶୁଣାଣି କରିବା ଦାବିରେ ବିକ୍ଷୋଭ କରି ସେମାନେ ନାରାବାଜି କରିଥିଲେ। ସେହି ହୋହଲ୍ଲା ଭିତରେ ସଂସ୍କାର କମିଟି ନିକଟରେ ବହୁ ବୁଦ୍ଧିଜୀବୀ, ସେବାୟତ ଓ ସାଧାରଣ ଲୋକ ସେମାନଙ୍କ ପ୍ରସ୍ତାବ ରଖିଥିଲେ।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ, ସେବାୟତଙ୍କ ଆଚରଣ ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ପ୍ରସ୍ତାବ ଓ ମତାମତ ଆସିଛି। ଏହା ଉପରେ ଅନୁଶୀଳନ ସହ ଆଗକୁ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିରର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରି, ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ଆଇନ୍ ବିଭାଗକୁ ସଂସ୍କାର କମିଟି ତାଙ୍କ ରିପୋର୍ଟ ପ୍ରଦାନ କରିବେ। ଯାହାକି ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟରେ ଦାଖଲ ହେବ।

 



from OdishaReporter https://ift.tt/2vXaDcS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages